ଜୀବନରେ କେବେ ବି ଏହି ତିନିଜଣଙ୍କୁ ଧୋକା ଦେବା ଉଚିତ ନୁହେଁ !

ସାଧାରଣତଃ ମନୁଷ୍ୟ ଭିତରେ ଭଲ ଓ ମନ୍ଦ ଉଭୟ ଗୁଣ ଭରି ରହିଛି। କିନ୍ତୁ କିଛି ଲୋକ ନିଜ ସ୍ୱାର୍ଥ ପାଇଁ କାହାରିକୁ ବି ହେଲେ ଧୋକା ଦେବାକୁ ପଛାଇ ନଥାନ୍ତି।ତେବେ ଆଜି ଆମେ ଆପଣଙ୍କୁ ଏପରି ୩ଟି ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ,ଯାହାଙ୍କୁକି ଆପଣଙ୍କୁ କେବେ ବି ଧୋକା ଦେବା ଉଚିତ୍‌ ନୁହେଁ। ଆଉ ଯଦି ଆପଣ ଏପରି କରନ୍ତି ତେବେ ଆପଣ ଆପଣଙ୍କ ଜୀବନରେ କେବେ ହେଲେ ବି ସଫଳ ହୋଇପାରିବେ ନାହିଁ। ଏହା ଚାଣକ୍ୟ କହିଛନ୍ତି।
ଆସନ୍ତୁ ଜାଣିବା କେଉଁମାନେ ଅଟନ୍ତି ସେହି ୩ ପ୍ରକାରର ଲୋକ …
୧-ପିତା-ମାତା:-ପ୍ରଥମତଃ ଏହି କ୍ରମରେ ପିତା-ମାତା ରହିଥିବାବେଳେ,ସେମାନେ ଆମକୁ ପାଳିପୋଷି ବଡ଼ କରିଥାଆନ୍ତି। ତେଣୁ ଆମେ ସେମାନଙ୍କୁ କେବେବି ଧୋକା ଦେବା ଆଦୌ ଉଚିତ୍‌ ନୁହେଁ। କାରଣ ପିତା-ମାତାଙ୍କ ପ୍ରେମ କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ମିଳି ନଥାଏ। ସେଥିପାଇଁ ଭୁଲ୍‌ରେ ହେଉ ପଛକେ ନା କାହିଁକି ଆପଣ ଆପଣଙ୍କ ପିତା-ମାତାଙ୍କୁ କେବେ ବି ଧୋକା ଦିଅନ୍ତୁ ନାହିଁ।


୨-ସ୍ତ୍ରୀ:-ତେବେ ଏହି କ୍ରମରେ ଦ୍ୱିତୀୟରେ ରହିଥା’ନ୍ତି ସ୍ତ୍ରୀ।ସାଧାରଣତଃ ପ୍ରତ୍ୟେକ ପୁରୁଷଙ୍କର ପ୍ରତ୍ୟେକଟି ମୂହୁର୍ତ୍ତରେ ତେଣିକି ସେ ସୁଖ ହେଉ କି ଦୁଃଖ ସବୁ ସମୟରେ ହିଁ ତାଙ୍କର ସ୍ତ୍ରୀ ତାଙ୍କ ପାଖେରେ ରହିଥା’ନ୍ତି। ତେଣୁ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀକୁ ଧୋକା ଦିଏ ,ସେ ତାହାର ଜୀବନରେ କେବେବି ସଫଳ ହୋଇନଥାଏ। କାରଣ ଯେଉଁ ବ୍ୟକ୍ତି ତା’ର ସ୍ତ୍ରୀ’ର ମନକୁ ଦୁଃଖ କଷ୍ଟରେ ଭରି ଦେଇଥାଏ , ତା’ଠାରୁ ଏହି ସଂସାରରେ ଆଉ କେହି ପାପୀ ନଥାଏ।
୩-ନିଜକୁ ଧୋକା ଦେବା:- ତୃତୀୟରେ ଆସିଥାଏ ନିଜେ ନିଜକୁ ଧୋକା ଦେବା।ଅର୍ଥାତ୍‌ ଯେଉଁ ବ୍ୟକ୍ତି ନିଜେ ନିଜକୁ ଧୋକା ଦେଇଥାଏ,ସେ ମଧ୍ୟ ତାହାର ଜୀବନରେ କେବେ ବି ସଫଳ ହୁଏ ନାହିଁ। ଯେପରିକି ଯେଉଁ ବ୍ୟକ୍ତି ଆଜିର କାମକୁ ଆସନ୍ତା କାଲିକୁ ଛାଡ଼ିଥାଏ ଏବଂ ଆଳସ୍ୟ ପରାୟଣ ହୋଇଥାଏ;ସେହି ବ୍ୟକ୍ତି ସାଧାରଣତଃ ନିଜେ ନିଜକୁ ହିଁ ଧୋକା ଦେଇଥାଏ।

ହିନ୍ଦୁ ମହିଳା ମହନ୍ତ ଦେଲେ ଇଫତାର୍‌ ଭୋଜି

ସମ୍ବନ୍ଧିତ ଖବର