ସାବଧାନ ! ସ୍ନାନକରିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ୍‌

ନୂଆଦିଲ୍ଲୀ : ଦୈନନ୍ଦିନ ଜୀବନରେ ସ୍ନାନର ଏକ ଖାସ ମହତ୍ତ୍ୱ ରହିଛି । ଏପରିକି ସ୍ନାନ କରିବାର କିଛି ସାଧାରଣ ନିୟମ ମଧ୍ୟ ରହଛି । କିଛି ବ୍ୟକ୍ତି ଏହା ବିଷୟରେ ଜାଣିଥିବା ବେଳେ କିଛିଙ୍କର ଏ ବିଷୟରେ କୌଣସି ଜ୍ଞାନ ରହି ନଥାଏ । ତେବେ ସ୍ନାନ ସମୟରେ ଏହି ଛୋଟ ଛୋଟ ଭୁଲ ଅପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ତେବେ ଅପଣ ମଧ୍ୟ ସ୍ନାନ କରୁଥିବା ସମୟରେ ଏପରି ଭୁଲ କରୁନାହାନ୍ତି ତ ?
ସର୍ବଦା ସାଧାରଣ ତାପମାତ୍ରା ଥିବା ପାଣିରେ ସ୍ନାନ କରିବା ଉଚିତ । ସ୍ନାନ କରିବା ପାଣି ଅଧିକ ଗରମ କିମ୍ବା ଥଣ୍ଡା ରହିବା ଶରୀର ପ୍ରତି ହାନିକାରିକ ହୋଇପାରେ । ଏହା ଦ୍ୱାରା ଚର୍ମ ଶୁଷ୍କ ହେବା ସହ ତ୍ୱଚାର କୋଷିକାଗୁଡ଼ିକ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

rochakpost.com

ବିଶେଷଜ୍ଞଙ୍କ ଅନୁଯାୟୀ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା ଉଚିତ ନୁହଁ ଏହା ଦ୍ୱାରା ଚର୍ମର ସତେଜତା କମ ହେବା ସହ ତ୍ୱଚା ଖଦଡ଼ା ହୋଇଯାଇଥାଏ । ଏହା ଛଡ଼ା ପ୍ରତିଦିନ ଅଧିକ ସମୟ ସ୍ନାନ କରିବା ଦ୍ୱାରା ତ୍ୱଚାରେ କୁଞ୍ଚିତ ରେଖା ଦେଖାଯାଇଥାଏ।
ଆମେରିକାର ଡ଼ର୍ମଟୋଲୋଜି ଏକାଡ଼େମି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ସ୍ନାନ କରିବା ସମୟରେ ଅଧିକ ଘସି ହେବା ଦ୍ୱାରା ତ୍ୱଚାର ଉପରସ୍ତର ଖରାପ ହେବାର ସମ୍ଭାବନା ରହିଥାଏ। ଏହା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣ ମଧ୍ୟ ହୋଇପାରେ । ଏଣୁ ନିଜ ଶରୀରର ମଇଳା ଛଡ଼ାଇବା ପାଇଁ ଅଧିକ ସମୟ ଘସି ହୋଇ ସ୍ନାନ କରନ୍ତୁ ନାହିଁ ।

rochakpost.com

ବ୍ୟାୟାମ କିମ୍ବା କସରତ କଲା ପରେ ତୁରନ୍ତ କେବେ ମଧ୍ୟ ସ୍ନାନ କରିବା ଉଚିତ ନୁହଁ । ଏହା ଦ୍ୱାରା ଥଣ୍ଡା କାଶ ସହ ହୃଦଘାତର ମଧ୍ୟ ଆଶଙ୍କା ଅଧିକ ରହିଥାଏ ।

ସମ୍ବନ୍ଧିତ ଖବର