କଙ୍କଡ଼ା ବିଛା କାମୁଡ଼ିଲେ ଆପଣାନ୍ତୁ ଏହି ଘରୋଇ ଉପଚାର…

କଙ୍କଡ଼ା ବିଛା ହେଉଛି ଗୋଟେ ବିଷାକ୍ତ ପ୍ରାଣୀ। କଙ୍କଡ଼ା ବିଛା ମନୁଷ୍ୟକୁ କାମୁଡ଼ିଦେଲେ, ଶରୀର ପୋଡ଼ିବା ସହ ପୂରା ଦେହ ଲାଲ ପଡ଼ିବା ଆରମ୍ଭ ହୋଇ ଯାଇଥାଏ । କଙ୍କଡ଼ା ବିଛା କାମୁଡ଼ିବା ପରେ ଯେଉଁ କଷ୍ଟ ହୁଏ ତାକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟ । କିଛି ବିଷାକ୍ତ ବିଛା ଥାନ୍ତି ଯିଏ କାମୁଡ଼ିବା ପରେ କାମୁଡ଼ିବା ସ୍ଥାନଟି ଫୁଲିବା ସହ ଝାଳ ମଧ୍ୟ ବୋହିଥାଏ । ଆଜି ଜାଣିବା କଙ୍କଡ଼ା ବିଛା କାମୁଡ଼ିବା ପରେ ହେଉଥିବା ଅସୁବିଧାରୁ ଆପଣ କିପରି ମୁକ୍ତି ପାଇବେ ।

୧. ପିଆଜର ପେଷ୍ଟ ତିଆରି କରି ସେଥିରେ କିଛି ଲୁଣ ମିଶାନ୍ତୁ । ଏହା ପରେ ଏହି ମିଶ୍ରଣକୁ ବିଛା କାମୁଡ଼ି ଥିବା ସ୍ଥାନରେ ଲଗାନ୍ତୁ, ତୁରନ୍ତ ଉପସମ ମିଳିବ ।
୨. ବିଛା କାମୁଡ଼ିବା ପରେ ମିଣ୍ଟ ଜୁସ୍‌ ବା ଏହାର ପତ୍ରକୁ କାମୁଡ଼ିବା ସ୍ଥାନରେ ଘସନ୍ତୁ ଲାଭ ମିଳିବ ।
୩. ହଳଦିକୁ ଦେହ ସାରା ଲଗାଇବା ସହ କାମୁଡ଼ିଥିବା ସ୍ଥାନରେ ଭଲ କରି ଲଗାନ୍ତୁ । ବିନ୍ଧା ସଙ୍ଗେ ସଙ୍ଗେ ଦୂର ହେବ ।
୪. ବିଛା କାମୁଡ଼ିବା ମାତ୍ରେ ସେ ସ୍ଥାନରେ ବରଫ ଘସନ୍ତୁ । ଯାହା ଫଳରେ ବିଷଟି ଚାରି ଆଡ଼କୁ ଖେଳିବ ନାହିଁ ।
୫. ବିଛା କାମୁଡ଼ିବା ପରେ କୌଣସି ପ୍ରକାରର ଖାଦ୍ୟ ବା ପନୀୟ ଜିନିଷ ପିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ବିଷଟି ଶରୀର ମଧ୍ୟରେ ଖେଳିଯାଏ ।


୬. ବେକିଙ୍ଗ୍‌ ସୋଡ଼ାରେ କିଛି ମାତ୍ରାରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ବିଛା କାମୁଡ଼ିଥିବା ସ୍ଥାନରେ ଲଗାନ୍ତୁ । ଏହା ଜଳାପୋଡ଼ା ଏବଂ ବିନ୍ଧାରୁ ମୁକ୍ତି ଦେଇଥାଏ ।
୭.ବିଛା କାମୁଡ଼ିବା ମାତ୍ରେ ଆମ୍ବର ପତ୍ର ଆଣି ଘସନ୍ତୁ । ତୁରନ୍ତ ଉପସମ ମିଳିବ । ଏହି ଉପାୟଟି ବହୁତ ପୂର୍ବରୁ ମୁନି ଋଷିମାନେ ବ୍ୟବହାର କରି ଆସୁଛନ୍ତି ।
୮.ରସୁଣକୁ ଆମେ ବିଭିନ୍ନ କାମରେ ବ୍ୟବହାର କରୁ । ଏହାର ଓଷଧୀୟ ଗୁଣ ବିଷୟରେ ଆପଣମାନେ ଜାଣିଥିବେ ନିଶ୍ଚୟ । ତେବେ ବିଛା କାମୁଡ଼ିଲେ ରସୁଣକୁ ବାଟି ଲଗାନ୍ତୁ । ବିନ୍ଧା ଭଲ ହେବା ସହ ବିଷଟି ଶରୀର ମଧ୍ୟରେ ପ୍ରସାରିତ ହୋଇ ପାରିବ ନାହିଁ ।

ସମ୍ବନ୍ଧିତ ଖବର