କେମିତି ଜାଣିବେ ଆପଣ ଯାଆଁଳା ପିଲାର ମା’/ବାପା ହେବାକୁ ଯାଉଛନ୍ତି

ଯେତେବେଳେ କେହି ମହିଳା ଗର୍ଭବତୀ ହୁଅନ୍ତି, ପେଟରେ ଯାଆଁଳା ପିଲା ଅଛି କି ନାହିଁ ବୋଲି ପ୍ରଥମେ ତାଙ୍କ ମନକୁ ପ୍ରଶ୍ନ ଆସିଥାଏ । ଯାଆଁଳା ପିଲା ଥିଲେ ମା’ମାନଙ୍କର ଖୁସି ଦୁଇ ଗୁଣ ହୋଯାଇଥାଏ । କିନ୍ତୁ ସେଥିପାଇଁ ଗର୍ଭବତୀଙ୍କୁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ସହ ନିଜର ଅଧିକ ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ । ଯମଜ ସନ୍ତାନର ଗର୍ଭଧାରଣ ସାମାନ୍ୟ ଗର୍ଭଧାରଣଠାରୁ ପୂରା ଅଲଗା । ଯମଜ ସନ୍ତାନର ଗର୍ଭଧାରଣ ସମୟ ପୂର୍ବରୁ ପ୍ରସବରେ ସମସ୍ୟା ଏବଂ ଶିଶୁର ଓଜନ କମ ହେବାର ସମ୍ଭାବନା ଅଧିକ ଥାଏ । ଆସନ୍ତୁ ଜାଣିବା ଯମଜ ଗର୍ଭଧାରଣ କରିଥିବା ମହିଳାଙ୍କର ପ୍ରାରମ୍ଭିକ ଲକ୍ଷଣ କ’ଣ ଥାଏ ।

Parent24

୧.ମର୍ଣ୍ଣିଙ୍ଗ୍‌ ସିକ୍‌ନେସ
ଯମଜ ସନ୍ତାନର ଗର୍ଭଧାରଣ କରିଥିବା ମହିଳାମାନଙ୍କଠାରେ ମର୍ଣ୍ଣିଙ୍ଗ୍‌ ସିକ୍‌ନେସ (ସକାଳୁଆ ଅସୁସ୍ଥତା) ଦେଖା ଦେଇଥାଏ । ୫୦ ପ୍ରତିଶତରୁ ଅଧିକ ମହିଳାଙ୍କର ଗର୍ଭାବସ୍ଥା ଆରମ୍ଭରୁ ହିଁ ବାନ୍ତି ଲାଗିବା ଭଳି ଅନୁଭବ ହୋଇଥାଏ । ଏହା ସହ କିଛି ଖାଇବାକୁ ମଧ୍ୟ ଭଲ ଲାଗି ନ ଥାଏ ।

boldsky

୨. ରକ୍ତସ୍ରାବ ହେବା
ଯମଜ ସନ୍ତାନର ଗର୍ଭଧାରଣ କରିଥିବା ମହିଳାଙ୍କର ରକ୍ତସ୍ରାବ ହୋଇଥାଏ । ଏହା ସହ ଶରୀରରେ ଗୋଲାପି ଏବଂ ଧୂସର ରଙ୍ଗ ଚିହ୍ନ ମଧ୍ୟ ଦେଖାଯାଇଥାଏ ।
୩. ଅଧିକ ଓଜନ
ସାଧାରଣ ଗର୍ଭଧାରଣ ଅପେକ୍ଷା ଏହି ଗର୍ଭଧାରଣରେ ମହିଳାମାନଙ୍କର ଓଜନ ଅଧିକ ଥାଏ । ସାଧାରଣ ଗର୍ଭଧାରଣରେ ଗର୍ଭବତୀଙ୍କ ଓଜନ ୨୫ ପାଉଣ୍ଡ୍‌ ଥିବା ବେଳେ ଯମଜ ଗର୍ଭଧାରଣରେ ମହିଳାଙ୍କ ଓଜନ ୩୦-୩୫ପାଉଣ୍ଡ ଥାଏ ।
୪.ମା’ର ବୟସ
ଯମଜ ଗର୍ଭଧାରଣ ହେବା ମହିଳାଙ୍କ ବୟସ ଉପରେ ନିର୍ଭର କରିଥାଏ । ୩୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ପାଖରେ ଯମଜ ଗର୍ଭଧାରଣ ସାଧାରଣତଃ ଭାବରେ ଦେଖା ଯାଇଥାଏ । ବୟସ୍କ ମହିଳାଙ୍କ ଅପେକ୍ଷା କମ୍‌ ବୟସ୍କ ମହିଳାଙ୍କ ଶରୀରରେ ଏପ୍‌ଏସ୍‌ଏଚ୍‌ ନାମକ ହର୍‌ମୋନ ଅଧିକ ପରିମାଣରେ ଥିବାରୁ ଏହା ଅଧିକ ଭ୍ରୁଣ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ ।
୫. ସବୁବେଳେ ଭୋକ ଲାଗିବା
ଏହା ହେଉଛି ଯମଜ ଗର୍ଭଧାରଣର ସବୁଠାରୁ ବଡ଼ ଲକ୍ଷଣ । ସାଧାରଣ ଗର୍ଭଧାରଣ ଅପେକ୍ଷା ଯମଜ ଗର୍ଭଧାରଣରେ ମହିଳାମାନଙ୍କୁ ଅଧିକ ଭୋକ ଲାଗିଥାଏ ।
୬. ଗର୍ଭାଶୟର ଆକାର
ପେଟ ଭିତରେ ଦୁଇଟି ଭ୍ରୁଣ ଥିଲେ ଗର୍ଭବତୀ ମହିଳାଙ୍କର ଗର୍ଭାଶୟ ଦିନକୁ ଦିନ ବଢ଼ିବାକୁ ଲାଗିଥାଏ। ଫଳରେ ପେଟର ଆକାରରୁ ଯମଜ ସନ୍ତାନ ଥିବା ଜଣା ପଡ଼ି ଯାଇଥାଏ ।

boldsky
ସମ୍ବନ୍ଧିତ ଖବର