ଯଦି ଠିକ୍‌ସେ ନିଦ ଆସୁନି ତା’ହେଲେ ଔଷଧ ଖାଆନ୍ତୁ ନାହିଁ, ଏହି ସବୁ ପ୍ରାକୃତିକ ଘରୋଇ ଉପଚାର ଆପଣାନ୍ତୁ

ନିଦ ନ ଆସିବା ବା ଇନ୍‌ସୋମାନିଆ ହେଉଛି ଆଜିକାଲିର ଏକ ସାଧାରଣ ରୋଗ ଯାହା ଆପଣଙ୍କ ନିଦ କରାଇ ଦିଏ ନାହିଁ। ଅନେକ ଲୋକ ଏହି ଅସୁବିଧା ହେଉଛି। ନିଦ ନ ହେବାରୁ କାରଣରୁ ସମୟ କ୍ରମେ ଅନେକ ରୋଗ ସୃଷ୍ଟି ହୋଇ ଥାଏ ଓ ତା’ପରେ ଆପଣ କୌଣସି କାର୍ଯ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ। ପରବର୍ତ୍ତୀ ସମୟରେ ଏହା ତୀବ୍ର ବିଷାଦର ରୂପ ନେଇଥାଏ।

 

 

ଉଷୁମ ପାଣିରେ ଗାଧାନ୍ତୁ
ଦିନ ସାରା ସମସ୍ତ କାର୍ଯ୍ୟ ସାରିଲା ପରେ ରାତି ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଉଷୁମ ପାଣିରେ ଗାଧନ୍ତୁ। ଏହା ଆପଣଙ୍କୁ ନିଶ୍ଚିତ ରୂପେ ଶିଥିଳ ବା ରିଲେକ୍ସ୍‍ କରିବା ସହ ଭଲ ନିଦ କରାଇବ।

 

ମସାଜ୍‌ କରନ୍ତୁ
ମସାଜ୍‌ ଥେରାପି ଏକ ଭିନ୍ନ କୌଶଳ ଯାହା ଆପଣଙ୍କ ଶରୀର ଓ ମସ୍ତିଷ୍କକୁ ଆରାମ ଯୋଗାଇଥାଏ। ରାତି ଶୋଇବା ପୂର୍ବରୁ ମସାଜ୍‌ କରିବା ଦ୍ୱାରା ଆପଣଙ୍କ ଥକାପଣ, ଦରଜ, ଉଦ୍‌ବେଗ, ବିଷାଦ ଆଦି ଦୂର ହେବା ସହ ଭଲ ନିଦ ଯୋଗାଇଥାଏ। (କୌଣସି ପ୍ରଫେସ୍‌ନାଲ୍‌ଙ୍କ ଠାରୁ ମସାଜ୍‌ ନେବା ଜରୁରୀ ନୁହେଁ, ଆପଣ ଘରେ ବସି ନିଜେ ମଧ୍ୟ କରିପାରିବେ।)

 

ଉଷୁମ କ୍ଷୀର ସହ ମହୁ
ରାତି ଶୋଇବାର କିଛି ସମୟ ପୂର୍ବରୁ ଉଷୁମ କ୍ଷୀର ସହ ମହୁ ମିଶାଇ ପିଅନ୍ତୁ। କ୍ଷୀରରେ ଏମିନୋ ଏସିଡ୍‌ ଟ୍ରିପ୍‌ଟୋଫାନ୍‌ ରହିଛି ଯାହା ପ୍ରାକୃତିକ ଭାବେ ଆରାମ ଓ ଶାନ୍ତି ଯୋଗାଉଥିବା ହର୍‌ମୋନ୍‌କୁ ବଢ଼ାଇଥାଏ। ଏମିତିରେ ଆପଣଙ୍କୁ ସୁନିଦ୍ରା ମଧ୍ୟ ହୋଇଥାଏ।

 

ହର୍ବାଲ୍‌ ଚା’
ଶୋଇବା ପୂର୍ବରୁ କମ୍‌ ମାତ୍ରାର ହର୍ବାଲ୍‌ ଚା’ ପିଅନ୍ତୁ। ଏହା ପିଇବା ଦ୍ୱାରା ଆପଣ ବିଛଣାକୁ ଗଲା ପରେ ନିଦ ଶୀଘ୍ର ଆସିଯିବା ସହ ଆପଣଙ୍କ ଶରୀରକୁ ଆରାମ ଦେବ।

 

ସମ୍ବନ୍ଧିତ ଖବର