କେଶ ଝଡ଼ିବା, ନଖ ଭାଙ୍ଗିବା ଓ ନିଦ ନହେବା ସମସ୍ୟାର ମାତ୍ର ଗୋଟାଏ ସମାଧାନ! ନିଜ ସୁବିଧା ମୁତାବକ ଆପଣାନ୍ତୁ ଏହି ଘରୋଇ ଉପାୟ

ନିଜକୁ ସୁସ୍ଥ ରଖିବା ପାଇଁ ଆପଣ କୋଟି କୋଟି ଔଷଧ ତ ଥାଇପାରିବେ ନାହିଁ। ମାତ୍ର ଏମିତି କିଛି ଉପାୟ ଅମଲମ୍ବନ କରିବା ଉଚିତ ଯାହା ଦ୍ୱାରା ଆମେ ସୁସ୍ଥ ରହିପାରିବ। କେବଳ ଯେ ଥଣ୍ଡା, ଜ୍ୱର ବା କୌଣସି ଧରଣର ବଡ଼ ରୋଗୁ ଅସୁସ୍ଥତା କହିବା ତା ନୁହେଁ। ବାରମ୍ବାର ନଖ ଭାଙ୍ଗିଯିବା, କେଶ ଝଡ଼ିବା, ନାଦ୍ରାହୀନତା ଆଦି ଅସୁସ୍ଥତାର ଚିହ୍ନ। ଏହା ସବୁ ଭିଟାମିନ୍‌ ଅଭାବରୁ ହୋଇଥାଏ। ଚାଲନ୍ତୁ ଜାଣିବା କ’ଣ ସବୁ ଖାଇବା ଦ୍ୱାରା ଏହି ସମସ୍ୟାଗୁଡ଼ିକୁ ଦୂରେଇ ଦେଇ ହେବ।

ପୋଇ ପତ୍ରରେ ପ୍ରଚୁର ଭିଟାମିନ୍‌ ରହିଛି। ଆପଣ ଗୋଟାଏ ପୋଇ ପତ୍ର ନିଅନ୍ତୁ। ସେଥିରେ ୩୫୦ ଏମ୍‌ଏଲ୍‌ର ପାଣି ମିଶ୍ରଣ କରନ୍ତୁ। ୩ଟି କଦଳୀ ସହ ସାମାନ୍ୟ ଲେମ୍ବୁ ମିଶାଇ ଏକ ସର୍ବତ କରି ତାହାକୁ ପିଅନ୍ତୁ।

ପୋଇରେ ଆହୁରି ଏକ ସର୍ବତ ମଧ୍ୟ କରି ଆପଣ ପିଇ ପାରନ୍ତି। ପୋଇ ପତ୍ର ବଟାରୁ ଏକ ଗ୍ଲାସ୍‌ ନିଅନ୍ତୁ। ସେଥିରେ ସେଥିରେ କିଚଇ ପାଣି, ଅଧା ଲେମ୍ବୁ, ଏବଂ ଗେଟାଏ କଦଳୀ ମିଶାଇ ଏକ ମଲ୍‌ଟି ଭିଟାମିନ୍‌ କକ୍‌ଟେଲ୍‌ କରି ପିଅନ୍ତୁ।

କଦଳୀ ଏବଂ ପୋଇର ମିଶ୍ରଣ ଯେଉଁ ଭିଟାମିନ୍‌ ମିଳେ ତାହା ଖୁବ୍‌ ଭଲ ହୋଇଥାଏ। କିଛି ପୋଇ ପତ୍ର, କଦଳୀ, ପାଣି, ସେଓ ଏବଂ ଲେମ୍ବୁ ମିଶାଇ ଏକ ରସ କରି ତାହାକୁ ପିଅନ୍ତୁ।

ଯଦି କଞ୍ଚା ପୋଇ ପତ୍ରର ସର୍ବତ ପିଇବାକୁ ଆପଣଙ୍କୁ ଭଲ ଲାଗୁନାହିଁ ତେବେ ଏହାର ବିକଳ୍ପ ମଧ୍ୟ ରହିଛି। କାକୁଡ଼ି, ଲିଚି, ଲେମ୍ବୁ ଓ ମହୁ ଦ୍ୱାରା ଆପଣ ଏକ ସର୍ବତ କରି ପିଇଲେ ତାହା ପୋଇ ପତ୍ରର କମି ପୂରା କରିପାରେ।

ସେଥିପରି ଆଉ ଏକ ସର୍ବତ ହେଉଛି ଗାଜର, ସେଓ, ଅଦା, କଦଳୀ, ଲେମ୍ବୁ ଓ ମିଣ୍ଟର। ଏସବୁର ମିଶ୍ରଣ ପେଟ ପାଇଁ ଉତ୍ତମ ହୋଇଥାଏ। ଉପରୋକ୍ତ ସମସ୍ୟାର ବି ସମାଧାନ ଏଥିରେ ରହିଛି।

ଖାଲି ସେଓ, କାକୁଡ଼ି ଓ ସେଥିରେ ଟିକିଏ ଲେମ୍ବୁ ମିଶାଇ ଏକ ରସ କରି ମଧ୍ୟ ଆପଣ ପିଇବା ଦ୍ୱାରା ଫଳପ୍ରଦ ହୋଇଥାଏ। ଏଥିରୁ ପ୍ରଚୁର ପରିମାଣର ଭିଟାମିନ ‘ସି’ ମିଳେ।

କଦଳୀ, ଆଲମଣ୍ଡ, ଡାଲଚିନ୍‌ ମିଶାଇ ଏକ ସର୍ବତ କରନ୍ତୁ। ଏହାକୁ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିଥାଏ।

 

 

 

ସମ୍ବନ୍ଧିତ ଖବର