ଡାଇବେଟିସ୍‌ରୁ ମୁକ୍ତି ପାଇଁ ୩ ମାସ ଯାଏଁ ଖାଆନ୍ତୁ ଚୀନ୍‌ର ଏଇ ପାରମ୍ପରିକ ଔଷଧ

ସମ୍ପ୍ରତି ବିଶ୍ୱରେ ପ୍ରାୟ ୫୦ ନିୟୁତ ମଧୁମେହ ରୋଗୀ ଅଛନ୍ତି ବୋଲି ଆକଳନ କରାଯାଇଛି। ଏହି ଦୁରାରୋଗ୍ୟ ବ୍ୟାଧି ଉପସମ ପାଇଁ ଆକ୍ରାନ୍ତମାନେ ଅନେକ ଔଷଧପାଣି କରିବା ସହ କଠୋର ସତର୍କତା ଅବଲମ୍ବନ କରିବା ବିଧେୟ। ଏଥିପାଇଁ ଭାରତରେ କିଛି ପାରମ୍ପରିକ ଔଷଧ ମଧ୍ୟ ବ୍ୟବହାର କରାଯାଏ। ସେମିତି ଚୀନ୍‌ରେ ମଧ୍ୟ ମଧୁମେହ ବା ଡାଇବେଟିସ୍‌ରୁ ଆରୋଗ୍ୟ ଲାଭ କରିବା ପାଇଁ ଗୋଟିଏ ପାରମ୍ପରିକ ଔଷଧ ରହିଛି। ସେମାନଙ୍କ ମତରେ ଆମ୍ବପତ୍ର ଡାଇବେଟିସ୍‌ ଆରୋଗ୍ୟ କରିପାରେ! ଶହ ଶହ ବର୍ଷ ହେବ ସେମାନେ ମଧୁମେହ ଓ ଆଜ୍‌ମା ଭଲ କରିବା ପାଇଁ ଆମ୍ବପତ୍ର ବ୍ୟବହାର କରି ଆସୁଛନ୍ତି।

ଆମ୍ବପତ୍ରର ଔଷଧୀୟ ଗୁଣ ସଂକ୍ରାନ୍ତରେ ୨୦୧୦ରେ କରାଯାଇଥିବା ଅଧ୍ୟୟନ ଏ କଥା ସତ୍ୟ ବୋଲି କହିଛି। ମୂଷାମାନଙ୍କୁ ଆମ୍ବପତ୍ର କାଢ଼ା ପିଆଇ ଦେଖାଯାଇଛି ଯେ ସେମାନଙ୍କର ରକ୍ତରେ ଶର୍କରା ସ୍ତର ହ୍ରାସ ପାଉଛି। ଅର୍ଥାତ୍‌ ଏହି କାଢ଼ା ପିଇ ନ ଥିବା ମୂଷାମାନଙ୍କ ତୁଳନାରେ ସେମାନଙ୍କ ରକ୍ତଶର୍କରା ସ୍ତର କମ୍‌ ରହୁଛି।

କଥା ହେଲା ଏଇଟା କିଭଳି ସମ୍ଭବପର? ପ୍ରଥମ କଥା ହେଲା ଆମ୍ବପତ୍ର କାଢ଼ା ଶରୀରରେ ଇନ୍‌ସୁଲିନ୍‌ ଉତ୍ପାଦନ ବଢ଼ାଇ ଦେଉଛି। ଏହାଛଡ଼ା ଶରୀରରେ ଗ୍ଲୁକୋଜ୍‌ର ସୁଷମ ବଣ୍ଟନ କରୁଥିବାରୁ ରକ୍ତରେ ବ୍ଲଡ୍‌ସୁଗାର ପରିମାଣ ସ୍ଥିର ହୋଇ ରହୁଛି।

ଦ୍ୱିତୀୟ କଥା ହେଲା, ଆମ୍ବପତ୍ର ପେକ୍‌ଟିନ୍‌, ତନ୍ତୁ ଓ ଭିଟାମିନ୍‌ ସି ବହୁଳ ପରିମାଣରେ ଥାଏ। ଫଳରେ ଏହା ଶରୀରରେ ମନ୍ଦ କଲୋଷ୍ଟେରୋଲ୍‌ ସ୍ତର ହ୍ରାସ କରି ଦିଏ।

ତୃତୀୟ କଥା ହେଲା, ଆମ୍ବପତ୍ର କାଢ଼ା ରାତିରେ ଘନ ଘନ ପରିସ୍ରା ଯିବା, ଆଖିକୁ ଝାପ୍‌ସା ଦିଶିବା ଓ ମାତ୍ରାଧିକ ଓଜନ ହ୍ରାସ ପାଇବା ଆଦି ମଧୁମେହ ରୋଗ ଲକ୍ଷଣ ସବୁରୁ ଉପସମ ଦେଇଥାଏ।

ଆମ୍ବପତ୍ରରେ ପ୍ରଚୁର ଆଣ୍ଟିଅକ୍ସିଡେଣ୍ଟ୍‌ ଥିବାରୁ କେବଳ ଡାଇବେଟିସ୍‌ ରୋଗୀ ନୁହନ୍ତି, ଯେ କୌଣସି ଲୋକେ ଏହାକୁ ଖାଇ ପାରିବେ।

କେମିତି ପ୍ରସ୍ତୁତି କରିବେ ଆମ୍ବପତ୍ର କାଢ଼ା ବା ଚା:

୧୦୦ ରୁ ୧୫୦ ମିଲି ଲିଟର୍‌ ପାଣିରେ ୧୫ଟି ତଟକା ଆମ୍ବପତ୍ର ପକାଇ ଫୁଟାନ୍ତୁ।
ପତ୍ର ସହ ସେହି ପାଣିକୁ ଘୋଡ଼ାଇ ରାତି ସାରା ରଖି ଦିଅନ୍ତୁ ଏବଂ ସକାଳେ ଠିକ୍‌ ଜଳଖିଆ ଖାଇବା ପୂର୍ବରୁ ଛାଣି ପିଅନ୍ତୁ।
ତିନି ମାସ ଯାଏଁ ଦୈନିକ ଏମିତି କାଢ଼ା ପ୍ରସ୍ତୁତି କରି ପିଅନ୍ତୁ, ଫଳାଫଳ ଜାଣି ପାରିବେ।

ବି. ଦ୍ର: ଆମ୍ବପତ୍ର କାଢ଼ା ପିଇବା ପୂର୍ବରୁ କୌଣସି ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ଏହା ଆପଣଙ୍କ ଶରୀରେ ଯିବ କି, ନାହିଁ ସେମାନେ କହି ପାରିବେ।

 

ସମ୍ବନ୍ଧିତ ଖବର