ବାୟୁ ପ୍ରଦୂଷଣ ଦ୍ୱାରା ଶରୀର ଉପରେ ପଡ଼ୁଥିବା କୁପ୍ରଭାବକୁ ମୁକାବିଲା କରେ ରୋଷେଇ ଘରେ ଥିବା ଏ ସବୁ ଜିନିଷ

ଦିନକୁ ଦିନ ଯାନବାହାନର ବ୍ୟବହାର ବଢ଼ୁଥିବା ବେଳେ ବାୟୁପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ଅନେକ ଚେଷ୍ଟା କରୁଥିବା ବେଳେ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଏବେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଗଲାଣି ଯେ ୫ମିନିଟ୍‌ ବାହାରେ ରହିବା ପରେ ବାୟୁମଣ୍ଡଳରେ ଥିବା ବିଷାକ୍ତ ଜିନିଷ ଶରୀର ମଧ୍ୟରେ ପ୍ରବେଶ କରି ଅନେକ ରୋଗ ସୃଷ୍ଟି କରିବାରେ ଲାଗିଛି । ଏହି ସମସ୍ୟାରୁ ନିଜକୁ ମୁକ୍ତ କରିବା ପାଇଁ ଆପଣ ଆପଣଙ୍କ ରୋଷେଇ ଘରେ ଥିବା ଜିନିଷକୁ ବ୍ୟବହାର କରି ପାରିବେ । ଆସନ୍ତ ଜାଣିବା ସେ ବିଷୟରେ…..

୧.ବାୟୁ ପ୍ରଦୂଷଣ କାରଣରୁ ଥଣ୍ଡା,ଜ୍ୱର ବା ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଏ ସବୁରୁ ମୁକ୍ତି ପାଇବା ପାଇଁ ରୋଷେଇ ଘରେ ବ୍ୟବହାର ହେଉଥିବା ଅଦାର ବ୍ୟବହାର କରନ୍ତୁ । ଗୋଟେ ଚାମଚ ମହୁରେ ଅଦାରସ ମିଶାଇ ଦିନକୁ ୨-୩ ଥର ସେବନ କରନ୍ତୁ ।

nari.punjabkesari.in

୨.ପ୍ରଦୂଷଣ କାରଣରୁ ଅନେକଙ୍କ ଛାତିରେ କଫ ଜମି ଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଗୋଲମରିଚକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ସେବନ କରନ୍ତୁ । ଏପରି କଲେ ଛାତିରେ ଜମା ଥିବା କଫ ବାହାରକୁ ବାହାରି ଯାଇଥାଏ ।

୩. ରସୁଣରେ ଆଣ୍ଟି-ବାୟୋଟିକ୍‌ ଗୁଣ ରହିଥାଏ । ଏହା ପ୍ରଦୂଷଣର ପ୍ରଭାବକୁ କମ କରିଥାଏ । ପ୍ରତିଦିନ ରସୁଣର ସେବନ କରିବା ଦ୍ୱାରା ଶରୀର ପ୍ରଦୂଷଣ ପ୍ରଭାବରୁ ମୁକ୍ତ ରହିଥାଏ ।

NDTV Food
ସମ୍ବନ୍ଧିତ ଖବର