ବାର୍ଷିକ ରାଶିଫଳ ୨୦୧୮: ତୁଳା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ,ବର୍ଷଟି ଉତ୍ସାହପୂର୍ଣ୍ଣ ହେବ

ବର୍ଷ ଆରମ୍ଭରୁ ଆପଣ ଉତ୍ସାହ ଓ ଊର୍ଜାଭରା ରହିବେ। ପରନ୍ତୁ ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିବ। ବେପାର ବୃତ୍ତିରେ ନିଶ୍ଚିତ ରୂପେ ସଫଳତା ପାଇପାରିବେ। ବର୍ଷର ଶେଷାର୍ଦ୍ଧରେ ଆମଦାନୀର ନୂଆ ସ୍ରୋତ ମିଳିବ। କଳାକାରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବଡ଼ ପ୍ରଡକ୍ସନ୍‌ ସଂସ୍ଥାରେ ଫିଲ୍ମ ବା ଧାରିବାହିକର ଅନୁବନ୍ଧ ମିଳିବ। ପ୍ରଫେସ୍‌ନାଲ୍‌ ବ୍ୟବସାୟୀମାନେ କୌଣସି ପୁରସ୍କାର ଦ୍ଵରା ସମ୍ମାନିତ ହୋଇପାରନ୍ତି। ଖେଳାଳିମାନେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଚାକିରିରେ ଆପଣଙ୍କର କାର୍ଯ୍ୟଦକ୍ଷତାରେ କର୍ତ୍ତୃପକ୍ଷ ପ୍ରଭାବିତ ହୋଇ ଆପଣଙ୍କ ପଦୋନ୍ନତି ପାଇଁ ବିଚାର କରିବେ। ଅପେକ୍ଷା କରନ୍ତୁ, ଅକ୍‌ଟୋବର ପରେ ଆପଣଙ୍କୁ ପଦୋନ୍ନତି ମିଳିବ। ବୈବାହିକ ଜୀବନରେ ଉତ୍ତମ ବୁଝାମଣା ବଜାୟ ରହିବ। ନବଦମ୍ପତିମାନେ ନୂଆ ପରିବାର ଗଢ଼ି଼ବାର ଯୋଜନା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପ୍ରେମରେ କୌଣସି ବାଧା ଆସିବ ନାହିଁ। ୨୪ରୁ ୩୩ ବର୍ଷ ବୟସ୍କମାନଙ୍କ ପାଇଁ ବିବାହର ସୁଯୋଗ। ବିଜ୍ଞାନ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରନ୍ତୁ, ଖୁବ୍‌ ସଫଳତା ହାସଲ କରିପାରିବେ। ଏ ବର୍ଷ ପିତ୍ତ ଓ ବାୟୁଜନିତ ସମସ୍ୟା ଦେଖାଦେଇପାରେ।

ସମ୍ବନ୍ଧିତ ଖବର