ଯୁବା ଦିିଶିବାକୁ ଚାହାଁନ୍ତି ତ, ସକାଳେ ପିଅନ୍ତୁ ଏହି ପାନୀୟ

0 2,379

ଗବେଷଣାରୁ ଜଣାଯାଇଛି ଯେ, ପ୍ରତ୍ୟହ ଉଷୁମ ହଳଦୀ ପାଣି ପିଇଲେ,ମନୁଷ୍ୟର ବାର୍ଦ୍ଧକ୍ୟଜନିତ ସମସ୍ୟା ଦୂରୀଭୂତ ହୋଇଥାଏ ଏବଂ ମନୁଷ୍ୟ ଯୁବା ଦିିଶିଥାଏ।
ଉଷୁମ ହଳଦୀ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ।ଏହା ବ୍ଲଡ଼୍‍ କ୍ଲଟିଂକୁ ବି ରୋକିଥାଏ।
ସକାଳେ ଉଷୁମ ପାଣି ପିଇଲେ,ପୁରାତନ ରୋଗ ଭଲ ହୋଇଥାଏ।ଏହା ମସ୍ତିଷ୍କର ସୁରକ୍ଷା କରିଥାଏ।ଯେଉଁମାନେ ମାନସିକ ଅବସାଦର ଶିକାର ହୋଇଥା’ନ୍ତି,ସେମାନଙ୍କ ପାଇଁ ଏହା ମହୌଷଧି ସଦୃଶ।

ହଳଦୀରେ କରକ୍ୟୁମିନ୍‌ ନାମକ ଏକ ଉପାଦାନ ଥାଏ,ଯାହା ଶକ୍ତିଶାଳୀ ଆଣ୍ଟି ଅକ୍ସିଡ଼େଣ୍ଟ୍‌ ଭାବେ ପରିଚିତ।ଏଥିରେ କର୍କଟ ରୋଗର ପ୍ରତିରୋଧ କରିବାର କ୍ଷମତା ରହିଛି। କରକ୍ୟୁମିନ୍‌ ହୃଦୟକୁ ସୁରକ୍ଷା ଦେଇଥାଏ। ଫଳତଃ ହୃଦ୍‌ରୋଗର ଆଶଙ୍କା ବି କମିଯାଇଥାଏ।


ବାୟୋଲୋଜିକାଲ ଆଣ୍ଡ୍‌ ଫାର୍ମାସିଟିକାଲ୍‌ ବୁଲେଟିନ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ହଳଦୀରେ ମଧ୍ୟ ନିବାରଣ କରକ୍ୟୁମିନ୍‌ ମନୁଷ୍ୟର ହୃଦୟଜନିତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆର୍ଥେରାଇଟ୍‌ସ ଭଳି ରୋଗର ମଧ୍ୟ ନିବାରଣ ହୋଇଥାଏ। ବାୟୋକେମିଷ୍ଟ୍ରି ଓ ବାୟୋ ଫିଜିକାଲ୍‌ ରିସର୍ଜ କମ୍ୟୁନିକେସନ୍‌ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉଷୁମ ହଦଳୀ ପାଣି ପିଇଲେ ଟାଇପ୍‌- ଟୁ ଡ଼ାଏବେଟିସ ରୋଗର ନିରାକରଣ ସମ୍ଭବ।ଏହା ମଣିଷର ଯକୃତକୁ ଅଧିକ ସୁସ୍ଥ ରଖିଥାଏ।ଏହା ଯକୃତ କୋଷ ଗୁଡ଼ିକର ମଧ୍ୟ ସୁରକ୍ଷା କରିଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.