ଘଡଘଡି ପଡି ପୋଡିଗଲା ନଡିଆ ଗଛ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟନିଟ-୧ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଆଜି ରାତି ପ୍ରାୟ ୧୦ଟାରେ ଅଚାନକ ପବନ ସହ ଶୁଖିଲା ଘଡଘଡି ପଡବା ଫଳରେ ୟନିଟ-୧ ସ୍ଥିତ ପତିତ ପାବନ ଯୁବସଂଗଠନ ନିକଟରେ ଏକ ନଡିଆ ଗଛ ଜଳି ଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି । ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଲାଇନ୍‌ କଟିଯିବା ସହ ମୋବାଇଲ ନେଟଓ୍ଵାର୍କ ମଧ୍ୟ ପ୍ରଭାବିତ ହୋଇଛି । ଏହି ଘଟଣାରେ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ଆଜି ଦିନମାନ ପାଗ ଠିକ୍‌ ଠାକ୍‌ ଥିଲା କିନ୍ତୁ ହଠାତ ରାତିରେ ଝିପ୍‌ ଝିପ୍‌ ବର୍ଷା ସହ ଶୁଖିଲା ଘଡ ଘଡି ଓ ବିଜୁଳି ମାରିଥିଲା ।

ପାଣିପାଗ ସୂଚନା ଅନୁସାରେ ଆସନ୍ତା ୯ ତାରିଖ ପଯ୍ୟର୍ନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର