ମେକ୍‌ ଇନ ଓଡ଼ିଶା କନକ୍ଲେଭ: ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଲା ମାଳ ମାଳ ଚାଟାର୍ଡ ବିମାନ

ଭୁବନେଶ୍ୱର: ମେକ୍‌ ଇନ ଓଡିଶା କନକ୍ଲେଭର ଦିତୀୟ ସଂସ୍କରଣ ସୋମବାର ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବଡ଼ ବଡ଼ ଶିଳ୍ପପତିମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଛନ୍ତି। ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧକ୍ଷ ମୁକେଶ ଅମ୍ବାନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତା ଭାବେ ଉଦ୍‌ବୋଧନ ଦେଇଛନ୍ତି। ଅମ୍ବାନୀଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅମ୍ବାନୀ, ଜେଏସ୍‌ପିଏଲ ମୁଖ୍ୟ ନବୀନ ଜିନ୍ଦଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍‌ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେଇଛନ୍ତି।

ଏହି ମେକ୍‌ ଇନ ଓଡିଶା କନକ୍ଲେଭ ପାଇଁ ସାଧାରଣ ବିମାନ ସହ ଶିଳ୍ପପତିଙ୍କ କିଛି ଚାଟାର୍ଡ଼ ବିମାନ ମଧ୍ୟ ଓଡ଼ିଶାରେ ପହଞ୍ଚିଛି। ରିଲାଏନ୍‌ସ କମର୍ସିଆଲର VTIAH ପଞ୍ଜୀକୃତ ଚାଟାର୍ଡ଼ ପ୍ଲେନ୍‌ ଓଡ଼ିଶାରେ ପହଞ୍ଚିଛି। ଜେଏସଡବ୍ଲ୍ୟୁ ଷ୍ଟିଲର VTJSE ପଞ୍ଜୀକୃତ ଚାଟାର୍ଡ଼ ପ୍ଲେନ୍‌ ଓଡ଼ିଶାରେ ଅବତରଣ କରିଛି। ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର VTNJB, VTBRS ପଞ୍ଜୀକୃତ ଦୁଇଟି ଚାଟାର୍ଡ଼ ପ୍ଲେନ୍‌ ଓଡ଼ିଶାରେ ଅବତରଣ କରିଛି। ଏହାବ୍ୟତୀତ ମାଧୁରୀ ଟ୍ରାନ୍‌ସ କ୍ୟାରିୟରର VTMTV ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ, ରିଲାଏନ୍‌ସ ଟ୍ରାନ୍‌ସପୋର୍ଟ ଓ ଟ୍ରାଭେଲର VTOMM ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ , ତାଜ୍‌ ଏୟାର ଏଲଟିଡ଼ିର VTTDT ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ, କର୍ଣ୍ଣାବତୀ ଏଭିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ଼ର VTAGP ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ, ଏଆର କାର ଏୟାରଲାଇନ୍‌ସର VTCSP ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ , ଇଣ୍ଡିଆ ଫ୍ଲାଏ ସେଫ୍‌ ଏଭିଏସନର VTJIN ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ , ଆରଡ଼ିସଏଲର VTNMA ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ ଓଡ଼ିଶାରେ ଅବତରଣ କରିଛି।

ସମ୍ବନ୍ଧିତ ଖବର