ପଟିଆ ମୌଜାରୁ ଜବରଦଖଲ ଉଚ୍ଛେଦ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ପଟିଆ ମୌଜା ସରକାରୀ ପ୍ଲଟ୍‌ ସଂଖ୍ୟା ୫୪୮ ଓ ୧୪୫୨ ନିକଟରେ ଜବରଦଖଲରେ ଥିବା ପ୍ରାୟ ୨୨ଟି ଚାଳ, ଆଜବେଷ୍ଟସ୍‌ ଓ ଟିଣଚାଦର ଘରକୁ ଆଜି ବିଡିଏ ଓ ବିଏମସ୍‌ି ପକ୍ଷରୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ, ଉକ୍ତ ଜମିକୁ ପୂର୍ବରୁ ବସ୍‌ ଡିପୋ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଘର କରି ଭଡ଼ାରେ ଲଗାଇଥିଲେ। ଫଳରେ ବସ୍‌ ଡିପୋ ପ୍ରକଳ୍ପ ଅଟକି ରହିଥିଲା। ଏନେଇ ବିଡିଏ ଓ ବିଏମ୍‌ସି ନିକଟରେ ଅଭିଯୋଗ ହେବାରୁ ଆଜି ସକାଳେ ଦୁଇଟି ଡ୍ରୋଜର୍‌ ସହାୟତାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ପରେ ସେଠାରେ ସରକାରୀ ଫଳକ ଲଗା ଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ନେଇ ଇନ୍‌ଫୋସିଟି ଥାନା ପକ୍ଷରୁ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ଉଚ୍ଛେଦ ବେଳେ ବିଡିଏର ଉଚ୍ଛେଦକାରୀ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଶୁଭ୍ରାଂଶ ଶେଖର ମହାନ୍ତି ଓ ବିଏମ୍‌ସି ଉତ୍ତର ଜୋନ୍‌ ଅଧିକରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର