ଭୁବନେଶ୍ୱରର ତତଲା ଭୂଇଁରେ ବର୍ଷା ଛିଟା; ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତ

ଭୁବନେଶ୍ୱର: ମୌସୁମୀରେ ଗ୍ରୀଷ୍ମର ପ୍ରଭାବରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ବର୍ଷା ହେବା କାରଣରୁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଟହଟହ ମାଟିରେ ବର୍ଷା ବିନ୍ଦୁ ପଡ଼ିବା ପରେ ରାଜଧାନୀର ମାଟି ସିଥିଳ ହୋଇ ଯେପରି ମୌସୁସୀକୁ ସ୍ୱାଗତ ଜଣାଇଛି। ଏଠାରେ ଜଣାଇ ଦେଉଛୁ ଯେ ଭୁବନେଶ୍ୱରର ସବୁ ଅଞ୍ଚଳରେ ବର୍ଷା ହୋଇ ନାହିଁ। ବିଶେଷକରି ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ମହାଦେବ ନଗର, ପଟିଆ ଆଦି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ବୋଲି ସୂଚନା ରହିଥିଲା। ମଙ୍ଗଳବାର ଭୁବନେଶ୍ୱରରେ ତାପମାତ୍ର ୪୧ ଡିଗ୍ରି ସେଲ୍‌ସିୟସ୍‌ ପାର୍‌ ହୋଇ ଯାଇଥିଲା। ରାଜ୍ୟର ଅନ୍ୟ ୬ଟି ଜିଲ୍ଲାରେ ତାପମାତ୍ରା ୪୦ ଟପିଥିବା ସୂଚନା ରହିଥିଲା। ଏପରିକି ଗ୍ରୀଷ୍ମର ତାଣ୍ଡବ ହେତୁ ସ୍କୁଲ୍‌ ପିଲାଙ୍କର ଛୁଟି ୧୮ ତାରିଖକୁ ପୂରୁଥିବା ବେଳେ ତାହାକୁ ଘୁଞ୍ଚାଇ ୨୨ ତାରିଖ କରି ଦିଆଯାଇଥିଲା। ମଙ୍ଗଳବାର ପୁଣି ସ୍କୁଲ୍‌ ଛୁଟି ୨୬କୁ ଘୁଞ୍ଚାଇ ଦିଆ ଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର