ବିଜେଡିରେ ବିଜେପିର ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର : ବରୀ ନିର୍ବାଚନମଣ୍ଡଳୀରୁ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ନୀଳମଣି ସାମଲ ଆଜି ନିଜ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ସାମଲ ଆଜି ବିଧାୟକ ଦେବାଶିଷ ନାୟକଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଇଥିଲେ।

ଶ୍ରୀ ସାମଲଙ୍କୁ ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ବହୁତ ଖୁସି। ତାଙ୍କ ଯୋଗଦାନ ଫଳରେ ବରୀରେ ବିଜେଡି ଆହୁରି ମଜବୁତ ହୋଇପାରିବ। ଅନ୍ୟପକ୍ଷରେ ଶ୍ରୀ ସାମଲ କହିଥିଲେ, ମହାନଦୀ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଯେପରି ବୈମାତୃକ ମନୋଭାବ ପୋଷଣ କରୁଛି, ଏହାଦ୍ୱାରା ବିଜେପିର ଢେର୍‌ କ୍ଷତି ହୋଇଛି। ସେଭଳି ଦଳରେ ମୋର କାମ କରିବା କଷ୍ଟକର ହୋଇପଡିଥିଲା। ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ବରୀର ଉନ୍ନତି ପାଇଁ ମୁଁ ଦଳରେ ଯୋଗ ଦେଇଛି। ଏହି ଯୋଗଦାନ ସମୟରେ ବ୍ଲକ ସଭାପତି ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର