୬ରେ କ˚ଗ୍ରେସର ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ୬ ତାରିଖ ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କ˚ଗ୍ରେସ କମିଟି ପକ୍ଷରୁ ଓଡିଶା ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ କ˚ଗ୍ରେସ ଦଳର ବା କ˚ଗ୍ରେସ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନଙ୍କୁ ଆମନ୍ତ୍ରଣ କରାଯାଇଛି।

ଏ ନେଇ ଏକ ବିବୃତିରେ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ପିସିସି ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଓଡିଶାର ପଞ୍ଚାୟତ ବ୍ୟବସ୍ଥା ଏବ˚ ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତି ସମ୍ମାନ ଅନୁଭୂତ ହେଉନାହିଁ। ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତେ ସରକାର ତାକୁ ଦୁର୍ବଳ ଓ ଶକ୍ତିହୀନ କରିବାକୁ ଚକ୍ରାନ୍ତ କରିଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଲା ‘ଆମ ଗାଁ ଆମ ବିକାଶ’ ଯୋଜନା। ଏହି ଯୋଜନାରେ ପ˚ଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଅବମାନନା କରାଯାଇଛି। ଗ୍ରାମସଭା, ପଲ୍ଲୀସଭାର ଗୁରୁତ୍ବକୁ ଅବମାନନା କରି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପଗୁଡିକୁ ମଧ୍ୟ ପ˚ଚାୟତ ଜରିଆରେ କାର୍ଯ୍ୟକାରୀ ନକରି ବିଭିନ୍ନ ବିଭାଗ ଦ୍ବାରା ଏବ˚ ବିଜେଡିର କର୍ମୀମାନଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ସେ ଅଭିଯୋଗ କରିଛନ୍ତିି।

ସମ୍ବନ୍ଧିତ ଖବର