ସି-ଭୋଟରର ଦ୍ବିତୀୟ ସର୍ଭେ : ବିଜେଡି ସ୍ଥିର, କଂଗ୍ରେସ ବଢ଼ିବ, ବିଜେପି କମିବ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ପାଇଁ ସି ଭୋଟର ପକ୍ଷରୁ ଆଉ ସର୍ଭେ ପ୍ରକାଶ କରାଯାଇଛି। ଏଥିରେ ବିଜେଡିର ଆସନ ସଂଖ୍ୟାକୁ ଅପରିବର୍ତ୍ତିତ ରଖାଯାଇଥିବା ବେଳେ ବିଜେପିର ଆସନ କମିବ ଓ କଂଗ୍ରେସର ଆସନ ବଢ଼ିବ ବୋଲି ଦର୍ଶାଯାଇଛି।

କ୍ରମାଗତ ଭାବେ ଦ୍ବିତୀୟ ମାସ ପାଇଁ ୨୦୧୯ ସାଧାରଣ ନିର୍ବାଚନ ସମ୍ପର୍କରେ ସି-ଭୋଟର ପକ୍ଷରୁ ସର୍ଭେ କରାଯାଇଛି। ଏଥିରେ ବିଜେଡିର ଆସନ ସଂଖ୍ୟାକୁ ସଂସ୍ଥା ୬ରେ ଅପରିବର୍ତ୍ତିତ ରଖି ଥିବାବେଳେ ବିଜେପିର ଆସନ ସଂଖ୍ୟାକୁ କମାଇ ଦିଆଯାଇଛି। ସେପ୍ଟେମ୍ବରରେ ହୋଇଥିବା ସର୍ଭେରେ ବିଜେପି ୧୩ଟି ଲୋକସଭା ଆସନରେ ବିଜୟୀ ହେବ ବୋଲି ଦର୍ଶାଇଥିବା ବେଳେ ଏ‌େ‌ବ ପ୍ରକାଶ କରିଥିବା ସ‌ର୍ଭେରେ ବିଜେପିର ଆସନ ସଂଖ୍ୟା ୧୨କୁ ହ୍ରାସ ପାଇବ ବୋଲି ଦର୍ଶାଇଛି। ବିଜେପି ଯେଉଁ ଗୋଟିଏ ଆସନ ହରାଇବ ତାହାକୁ କଂଗ୍ରେସ ହା‌ତେଇବ ବୋଲି ସର୍ଭେରେ ପୂର୍ବାନୁମାନ କରାଯାଇଛି। ପୂର୍ବ ମାସ ସର୍ଭେରେ ସଂସ୍ଥା ପକ୍ଷରୁ କଂଗ୍ରେସକୁ ୨ଟି ଆସନ ଦିଆଯାଇଥିବା ‌େବଳେ ଏହି ପୁରାତନ ଜାତୀୟ ଦଳ ଓଡ଼ିଶାରେ ଆସନ୍ତା ସାଧାରଣ ନିର୍ବାଚନରେ ୩ଟି ଆସନରେ ବିଜୟୀ ହେବ ବୋଲି କହିଛି। ଅର୍ଥାତ ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୨ଟି, ବିଜେଡିକୁ ୬ଟି ଏବଂ କଂଗ୍ରେସକୁ ୩ଟି ଆସନ ମିଳିବ ବୋଲି ସଂସ୍ଥା କହିଛି।

୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଗୋଟିଏ ମାତ୍ର ଆସନ ଜିତି ପାରିଥିଲା। ବିଜେଡି ୨୦ଟି ଆସନ ଜିତିଥିବା ବେଳେ କଂଗ୍ରେସ ‌‌ଖାତା ଖୋଲି ପାରି ନଥିଲା।

ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଓ ଦବ୍‌ଦବା ଏବେ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ସି-ଭୋଟର ପକ୍ଷରୁ ବିଜେଡି ଏତେ କମ୍ ସଂଖ୍ୟକ ଆସନରେ ବିଜୟୀ ହେବ ବୋଲି ଯାହା କୁହାଯାଇଛି ତାହାକୁ ନେଇ ରାଜନୈତିକ ସମୀକ୍ଷକମାନେ ସନ୍ଦୀହାନ ହୋଇପଡ଼ିଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ସି-ଭୋଟରର ସର୍ଭେ ବାସ୍ତବତାଠାରୁ ବହୁ ଦୂରରେ ବୋଲି ସେମାନେ ମନେ କରୁଛନ୍ତି। ତେବେ କିଛି ବି‌େଶ୍ଳଷକଙ୍କ କହିବାନୁଯାୟୀ, ବିଜେଡି ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ଓ ଅନ୍ୟପଟେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ଯୋଗୁ ୨୦୧୪ ତୁଳନାରେ ୨୦୧୯ର ଫଳାଫଳ ଭିନ୍ନ ହୋଇପାରେ।

ଦେଶରେ ‌ଏବେ ସାଧାରଣ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପୁଣି କ୍ଷମତା ଦଖଲ କରିବେ। ଏବିପି ନ୍ୟୁଜ୍- ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଏହା କୁହାଯାଇଛି। ଏନଡିଏକୁ ୩୦୦, ୟୁପିଏକୁ ୧୧୬ ଏବଂ ଅନ୍ୟ ଦଳ ଗୁଡ଼ିକୁ ୧୨୭ଟି ଆସନ ମିଳିପାରେ। ‌େ‌ତବେ ୫୬ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁୂ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଚାହୁଥିବା ବେଳେ ୩୬ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଚାହୁଛନ୍ତି ‌େବାଲି ସର୍ଭେରେ କୁହାଯାଇଛି। ଦେଶର ସମୁଦାୟ ଭୋଟ ମଧ୍ୟରୁ ବିଜେପିକୁ ୩୮%, ୟୁପିଏକୁ ୨୬% ଏବଂ ଅନ୍ୟ ଦଳଗୁଡ଼ିକୁ ୩୬% ଭୋଟ ମିଳିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର