ଭୋଟଦାନର ୪୮ ଘଣ୍ଟା ପୂର୍ବରୁ ନେତା ସାକ୍ଷାତକାର ଦେଇପାରିବେନି: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ମତଦାନର ୪୮ଘଣ୍ଟା ପୂର୍ବରୁ ରାଜନୈତିକ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ପାରିବେ ନାହିଁ। ଏତଦବ୍ୟତୀତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆରେ ସାକ୍ଷାତାକାର ମଧ୍ୟ ଦେଇ ପାରିବେ ନାହିଁ। ଭାରତର ନିର୍ବାଚନା ଆୟୋଗ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି। ୪୧ ରାଜନୈତିକ ଦଳକୁ ଏହି ନର୍ଦ୍ଦେଶ ଜାରି କରାଯିବା ସହିତ ନର୍ଦ୍ଦେଶର ନକଲ ଭାରତର ନିର୍ବାଚନ ଆୟୋଗ ଦ୍ବାରା ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ନିର୍ବାଚନ ଅଧିକାରୀ ମାନଙ୍କୁ ପଠାଇ ଦିଆଯାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ଦ୍ବାରା ସମସ୍ତ ଦଳମାନଙ୍କୁ କୁହାଯାଇଛି ସେମାନେ ସେମାନଙ୍କ ନେତା ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସଚେତନ କରାଇବାକୁ ପଡିବ କି ଭୋଟଦାନର ୪୮ ଘଣ୍ଟା ପୂର୍ବ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ । ସେମାନେ ଏଭଳି କିଛି କାର୍ଯ୍ୟ କରିବେ ନାହିଁ ଯାହା ଦ୍ବାରା ଜନପ୍ରତିନିଧି ଆଇନର ଧାରା ୧୨୬ର ଭାବନାର ବିପରୀତ ହେବ ବୋଲି ନିର୍ବାନଚ ଆୟୋଗ କହିଛନ୍ତି।

ସମ୍ବନ୍ଧିତ ଖବର