ଜେଡିଏସ୍‌ ବିଧାୟକଙ୍କ ପୁଅଙ୍କ ସହିତ ସାକ୍ଷାତ ହୋଇଥିଲା : ବି.ଏସ୍‌ .ୟେଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ପ୍ରତିଦିନ କୌଣସି ନା କୌଣସି ନୂଆ ଘଟଣା ଘଟୁଛି, ଯାହାକୁ ନେଇ ରାଜ୍ୟରେ ହଟଚମଟ ଲାଗି ରହିଛି। ରବିବାର ଦିନ ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ଅଧ୍ୟକ୍ଷ ବି.ଏସ୍‌ .ୟେଦୁରପ୍ପା ସ୍ୱୀକାର କରିଛନ୍ତି ଜେଡିଏସ୍‌ ନେତା ତାଙ୍କୁ ଭେଟି ଥିଲେ। ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ୟେଦୁରପ୍ପା କହିଛନ୍ତି ଯେ ଜେଡିଏସ୍‌ ବିଧାୟକ ନାଗନ ଗୌଡାଙ୍କ ପୁଅ ଶରନ ଗୌଡ଼ଙ୍କୁ ଫେବୃଆରି ୭ ତାରିଖରେ ସାକ୍ଷାତ କରିଥିଲେ। ସେହି ସମୟରେ ତାଙ୍କ ପିତା ଭାଜପାରେ ସାମିଲ ହେବାର ସମ୍ଭାବନା ଉପରେ ବିଚାର ବିମର୍ଶ ହୋଇଥିଲା ବୋଲି କହିଛନ୍ତି ବି.ଏସ୍‌.ୟେଦୁରପ୍ପା। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏଚ୍.ଡି  କୁମାରସ୍ୱାମୀ ତାଙ୍କର ଷ୍ଟିଙ୍ଗ୍‌ ଅପରେସନ୍‌ କରିବା ଲାଗି ଶରନ ଗୌଡାଙ୍କୁ ନିଜର ଦେବଦୁର୍ଗା ସ୍ଥିତ ଗେଷ୍ଟ ହାଉସକୁ ପଠାଇଥିଲେ।

ଏଚ୍.ଡି କୁମାରସ୍ୱାମୀ ଏହି ଷ୍ଟିଙ୍ଗ୍‌ ଅପରେସନ୍‌ରେ ନିଜର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି। ୟେଦୁରପ୍ପା ଏହି କଥା ସ୍ୱୀକାର କରିବାପରେ ତାଙ୍କୁ ତୁରନ୍ତ ବିଧାନସଭାରୁ ଇସ୍ତଫା ଦେବା ଉଚିତ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର