ସୁପ୍ରିମକୋର୍ଟରେ ସଭ୍ୟପଦ ରଦ୍ଦ ମାମଲା : ଯୋଗେଶଙ୍କୁ ନୋଟିସ୍‌, ୮ ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ ମାମଲାର ଶୁଣାଣି କରି ଯୋଗେଶଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୮ ସପ୍ତାହ ପରେ ହେବ। ସଭ୍ୟପଦ ରଦ୍ଦ ଉପରେ ଗତ ଫେବ୍ରୁଆରି ୧୩ ତାରିଖରେ ସୁପ୍ରିମକୋର୍ଟ ଯେଉଁ ରହିତାଦେଶ ଜାରି କରିଥିଲେ ତାହା ବଳବତ୍ତର ରହିବ ବୋଲି କୋର୍ଟ ଆଜି ତାଙ୍କ ଆଦେଶରେ କହିଛନ୍ତି। ସହଦେବ ଖାକାଙ୍କ ଦ୍ୱାରା ଯୋଗେଶ ସିଂହଙ୍କର ମୂଳ ଜାତିଗତ ପ୍ରମାଣପତ୍ର ମାମଲାରେ ଆବେଦନ କରାଯାଇଥିଲା ଏବଂ ଏନେଇ ସୁପ୍ରିମକୋର୍ଟ ଯୋଗେଶ ସିଂହଙ୍କୁ ନୋଟିସ ଜାରି କରିଥିଲେ। ନୋଟିସ୍‌କୁ ଯୋଗେଶଙ୍କ ଓକିଲ ଐଶ୍ୱର୍ଯ୍ୟା ଭାଟ୍ଟି ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଗତବର୍ଷ ଜାନୁଆରି ମାସରେ ଓଡ଼ିଶା ହାଇକୋର୍ଟ ମିଥ୍ୟା ସତ୍ୟପାଠ ମାମଲାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ହାଇକୋର୍ଟର ରାୟ ବିରୋଧରେ ଯୋଗେଶ ସିଂହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର