ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ସମର୍ଥନ କଲା କଂଗ୍ରେସ : ଚାଷୀଙ୍କ ସହ ସାରା ରାତି ବିତାଇଲେ ପିସିସି ସଭାପତି ନିରଞ୍ଜନ

କଟକ : କୃଷକଙ୍କ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଜଣାଇଛି । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚଳାଇଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗତକାଲି ଟେଣ୍ଟ ତଳେ ଚାଷୀଙ୍କ ସହ ସାରା ରାତି ବିତାଇଛନ୍ତି ସେ। ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଓ ଚାଷୀଙ୍କ ସହ ସାରା ରାତି ଉଜାଗର ସେମାନଙ୍କ ମନୋବଳ ବଢ଼ାଇଛନ୍ତି ପିସିସି ମୁଖିଆ ।

ସୂଚନା ମୁତାବକ, ଚାଷୀଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିରେ ଯାଜପୁର କୁଆଖିଆରୁ ବାହାରିଥିବା ଚାଷୀ ପଦଯାତ୍ରା ଗତକାଲି କଟକରେ ଅଟକିଥିଲା ଏବଂ କଟକ ଗୋପାଳପୁରଠାରେ ଚାଷୀ ଭାଇମାନେ ରାତ୍ରିଯାପନ କରିଥିଲେ । ଅନ୍ୟପଟେ ଗୋପାଳପୁର ତାରିଣୀ ପଡିଆରେ ରହିଥିବା ଚାଷୀଙ୍କ ସହ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ରାତ୍ରିଯାପନ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଏନେଇ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ କହିଛନ୍ତି ଯେ, କଂଗ୍ରେସ ଦଳ ସବୁ ସମୟରେ ଚାଷୀଙ୍କ ସହିତ ଅଛି ଏବଂ ଚାଷୀଙ୍କ ସ୍ୱାର୍ଥ ପାଇଁ ଯେ କୌଣସି ସ୍ତରକୁ ଯିବା ପାଇଁ କଂଗ୍ରେସ ପ୍ରସ୍ତୁତ ।

ସମ୍ବନ୍ଧିତ ଖବର