ଭିଡିଓରେ ଦେଖନ୍ତୁ କିଭଳି ଏକ ମିନିଟ୍‌ରେ ୬ଟି ଇଡ୍‌ଲି ଖାଇଦେଲେ ୬୦ ବର୍ଷୀୟ ବୃଦ୍ଧା

ନୂଆଦିଲ୍ଲୀ : ଯଦି ଆପଣଙ୍କୁ ଗୋଟେ ମିନିଟ୍‌ ମଧ୍ୟରେ ୬ଟି ଇଡ୍‌ଲି ଖାଇବାକୁ କୁହାଯାଏ, ତେବେ ଆପଣ ତାହା କରି ପାରିବେ କି? ପ୍ରଶ୍ନଟି ଆପଣଙ୍କୁ ଅସମ୍ଭବ ଲାଗୁଥିଲେ ମଧ୍ୟ ମହୀଶୂରରେ ଜଣେ ୬୦ବର୍ଷୀୟ ବୃଦ୍ଧା ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଅକ୍ଟୋବର ୧ରେ ମହୀଶୂରରେ ଏକ ଇଡ୍‌ଲି ଖାଇବା ପ୍ରତିଯୋଗିତା ହୋଇଥିଲା ବେଳେ ୧ମିନିଟ୍‌ରେ ୬ଟି ଇଡ୍‌ଲି ଖାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ୬୦ବର୍ଷୀୟ ସରୋଜମ୍ମା ।

ହୁଲ୍ଲାହଲ୍ଲୀରେ ରହୁଥିବା ସରୋଜମ୍ମା ଇଡ୍‌ଲୀ ଖାଇବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ପ୍ରଥମେ ତାଙ୍କ ଜିତିବାକୁ ନେଇ କେହି ଆଶା ରଖି ନ ଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ସୂଚନା ମୁତାବକ, ମହୀଶୂର ଦଶହରାରେ ସବୁ ବର୍ଷ ମହିଳାମାନଙ୍କୁ ନେଇ ଇଡ୍‌ଲି ଖାଇବା ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ଯିଏ ଏକ  ମିନିଟ୍‌ ମଧ୍ୟରେ ସବୁ ଇଡ୍‌ଲି ଖାଇ ପାରିବେ, ସେମାନଙ୍କୁ ବିଜେତା ଘୋଷଣା କରାଯାଇଥାଏ । ୬୦ବର୍ଷରେ ପାଦ ଦେଇଥିଲେ ମଧ୍ୟ ସରୋଜମ୍ମାଙ୍କ ପାଇଁ ଏହା ଆଦୌ କଷ୍ଟକର ନ ଥିଲା । ଖୁବ୍‌ ସହଜରେ ଏବଂ ଶୀଘ୍ର ସେ ୬ଟି ଇଡ୍‌ଲି ଖାଇ ଦେଇଥିଲେ । କ୍ୟାମେରାରେ ସେ ସମୟର ସଂପୂର୍ଣ୍ଣ ଦୃଶ୍ୟ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର