ବାପା ଚାହୁଁ ନଥିଲେ ପୁଅ ଇଞ୍ଜିନିୟର ହେଉ, ହେଲେ ଏବେ ଗୁଗଲ ଦେଇଛି ବାର୍ଷିକ ୧.୧୬କୋଟି ଟଙ୍କାର ପ୍ୟାକେଜ୍‌

ପଟନା: ବିହାରର ଆଦର୍ଶ ଶର୍ମାଙ୍କୁ ମିଳିଛି ଏକ ବଡ଼ ସଫଳତା । ଗୁଗଲ ଭଳି କମ୍ପାନିରେ ତାଙ୍କୁ ସଫ୍ଟଓ୍ଵୟାର ଇଞ୍ଜିନିୟର ଭାବେ ନିଯୁକ୍ତି ମିଳିଥିବା ବେଳେ ବର୍ଷକୁ ୧.୧୬କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି ବୋଲି ଜଣା ପଡ଼ିଛି । ଆଇଆଇଟି ରୁର୍‌କିରେ ସେ ମେକାନିକାଲ ଇଞ୍ଜିନିୟର ଭାବେ ପାଠ ପଢ଼ୁଥିବା ବେଳେ ଅଗଷ୍ଟ ମାସରେ ଜର୍ମାନୀର ମୁନିଚ୍‌ରେ ଥିବା ଗୁଗଲ୍‌ ଅଫିସରେ ସଫ୍ଟଓ୍ଵୟାର ଇଞ୍ଜିନିୟର ଭାବେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ବିଡ଼ି ପବ୍ଲିକ୍‌ ସ୍କୁଲରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଆଦର୍ଶ ଛୋଟ ବେଳୁ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖି ଆସୁଥିଲେ । ଗଣିତ ଏବଂ ପ୍ରୋଗ୍ରାମିଙ୍ଗରେ ତାଙ୍କର ରୁଚି ଥିବା ସହ ସେ ଗୋଟେ ଭଲ କମ୍ପାନିରେ ଇଞ୍ଜିନିୟର ହେବା ପାଇଁ ଚେଷ୍ଟା ଆରମ୍ଭ କରି ଦେଇଥିଲେ ।
କିନ୍ତୁ ଆଦର୍ଶଙ୍କ ବାପା ବୀରେନ୍ଦ୍ର ଶର୍ମା ଚାହୁଁଥିଲେ କିଛି ଅଲଗା ।

Pinterest

ଆଦର୍ଶଙ୍କ ବାପା ପେଶାରେ ଜଣେ ଓକିଲ ହୋଇଥିବା ବେଳେ ଆଦର୍ଶ ଯୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରି ଜଣେ ଡ଼ିଏମ୍‌ ବା ଏସ୍‌ପି ହୁଅନ୍ତୁ ବୋଲି ସେ ଚାହୁଁଥିଲେ । କିନ୍ତୁ ଆଦର୍ଶଙ୍କ ଇଚ୍ଛା ଜାଣିବା ପରେ ସେ ନିଜ ଇଚ୍ଛାକୁ ଆଦର୍ଶଙ୍କ ଉପରେ ନ ଲଦି ଆଦର୍ଶ ଆଗକୁ ବଢ଼ିବା ପାଇଁ କହିଥିଲେ ।

ସମ୍ବନ୍ଧିତ ଖବର