ଏପରି ଏକ ଜନଜାତି ଅଛନ୍ତି ଯେଉଁଠାରେ ମହିଳାମାନଙ୍କୁ ଗାଧୋଇବା ପାଇଁ ମିଳିନଥାଏ ଅନୁମତି!

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱରେ ଏପରି ଏକ ଜନଜାତି ଅଛନ୍ତି ଯେଉଁଠାରେ ମହିଳାମାନେ ଆଦୌ ଗାଧୋଇ ନଥାନ୍ତି। ଅର୍ଥାତ୍‌ ଏଠାରେ ମହିଳାମାନଙ୍କୁ ଗାଧୋଇବା ପାଇଁ ନଥାଏ ଅନୁମତି। ତଥାପି ଏହି ମହିଳାମାନେ ଦେଖାଯାଆନ୍ତି ସୁନ୍ଦରୀ। ଏପରି ଏକ ଜନଜାତି ରହୁଛନ୍ତି ଆଫ୍ରିକାର ନର୍ଥ ନାମ୍ବିଆର କୁନୈଲ ପାନ୍ତରେ।

ଜୀବନସାରା କେବେ ନ ଗାଧୋଇ ରହିବା ଅସମ୍ଭବ କଥା କିନ୍ତୁ ଆଫ୍ରିକାର ନର୍ଥ ନାମ୍ବିଆର କୁନୈଲ ପ୍ରାନ୍ତରେ ରହୁଥିବା ହିମ୍ବା ଜନଜାତିର ମହିଳାମାନେ କେବେ ବି ଗାଧାନ୍ତି ନାହିଁ। ପ୍ରକୃତ କଥା ହେଲା ସେମାନଙ୍କୁ ଗାଧୋଇବା ତ ବହୁ ଦୂର କଥା ପାଣିରେ ହାତ ଧୋଇବା ପାଇଁ ମଧ୍ୟ ଅନୁମତି ନଥାଏ। ତଥାପି ସେମାନଙ୍କୁ ଆଫ୍ରିକାର ସବୁଠାରୁ ସୁନ୍ଦରୀ ମହିଳା ରୂପେ ପରିଗଣିତ କରାଯାଏ।

କୁନୈଲ ପ୍ରାନ୍ତରେ ହିମ୍ବା ଜନଜାତିର ପ୍ରାୟ ୨୦ରୁ ୫୦ ହଜାର ଲୋକ ବସବାସ କରନ୍ତି। ହିମ୍ବାର ଆଦିବାସୀ ମହିଳାମାନଙ୍କୁ ଗଧୋଇବା ପାଇଁ ଅନୁମତି ନାହିଁ, ତେଣୁ ନିଜକୁ ସଫାସୁତୁରା ରଖିବା ପାଇଁ ସେମାନେ ଏକ ନିଆରା ଉପାୟ ଅବଲମ୍ବନ କରି ଥାଆନ୍ତି ।

ଶରୀରକୁ ସଫା ରଖିବା ପାଇଁ ଏଇ ମହିଳାମାନେ ଏକ ପ୍ରକାର ଖାସ ଜଡବୁଟିକୁ ପାଣିରେ ସିଝାଇ ତାହାର ବାଷ୍ପ ଦ୍ୱାରା ଶରୀରକୁ ସଫା ରଖନ୍ତି। ଏପରି କରିବା ଦ୍ୱାରା ସେମାନଙ୍କ ଶରୀରୁ ଗନ୍ଧ ନହେବା ସହ ତ୍ୱଚାରୁ ଜଡିିବୁଟିର ସୁଗନ୍ଧ ମଧ୍ୟ ବାହାରେ। ଏଇ ପ୍ରଜାତିର ମହିଳାମାନେ ନିଜକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ ଏକ ଖାସ ଲୋସନ ବ୍ୟବହାର କରନ୍ତି। ଏହି ଲୋସନ ପଶୁର ଚର୍ବି ଓ ହେମାଟାଇଟର ଧୂଳିରୁ ତିଆରି ହୋଇଥାଏ । ହେମାଟାଇଟର ଧୂଳି ବ୍ୟବହାର ଯୋଗୁଁ ତାଙ୍କ ତ୍ୱଚାର ରଙ୍ଗ ଲାଲ ହୋଇଯାଏ। ଏଇ ଖାସ ଲୋସନ ସେମାନଙ୍କୁ ପୋକଯୋକ କାମୁଡାରୁ ମଧ୍ୟ ରକ୍ଷା କରିଥାଏ।

ସମ୍ବନ୍ଧିତ ଖବର