ଆଫ୍‌ଗାନିସ୍ଥାନରେ ରହିଛି ଅଜବ ପ୍ରଥା ‘ବଚ୍ଚା ପୋଷୀ’: ପୁତ୍ରସନ୍ତାନ ନ ହେଲେ ଝିଅକୁ ପୁଅମାନଙ୍କ କାମ କରିବା ପାଇଁ କୁହାଯାଏ

କବୁଲ : ସମାଜରେ ପୂର୍ବରୁ ଏବଂ ଏବେ ମଧ୍ୟ ସମସ୍ତେ ପରିବାରରେ ପୁତ୍ର ସନ୍ତାନର ଆଶା ରଖିଥାନ୍ତି । ଯାହା ଫଳରେ କନ୍ୟାଭ୍ରୁଣ ହତ୍ୟା ଭଳି ସମସ୍ୟା ଦେଖାଯାଉଛି । ଦେଶର ପ୍ରତିଟି କୋଣରେ ନାରୀରମାନଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିବା ବେଳେ କିଛି ପରିବାର ଜନ୍ମରୁ ହିଁ କନ୍ୟା ସନ୍ତାନଙ୍କୁ ହତ୍ୟା କରୁଛନ୍ତି । ଝିଅମାନଙ୍କୁ ବୋଝ ବୋଲି ଭାବିବା ସହ ଲୋକମାନେ ସେ ବୋଝକୁ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି । ଏତେ ସବୁ ସମସ୍ୟା ଭିତରେ ଆଫ୍‌ଗାନିସ୍ଥାନରେ ଥିବା ଏକ ଅଜବ ପ୍ରଥା ‘ବଚ୍ଚା ପୋଷୀ’ ବିଷୟରେ ଜଣା ପଡ଼ିଛି ।

indiatimes.com

ଏହି ପ୍ରଥା ଅନୁସାରେ ଯେଉଁ ପରିବାରରେ କୌଣସି ପୁତ୍ର ସନ୍ତାନ ଜନ୍ମ ନ ହୁଅନ୍ତି, ସେ ପରିବାରର ଗୋଟେ ଝିଅକୁ ବଚ୍ଚା ପୋଷୀ କରାଯାଇ ପୁଅ କରାଯାଇଥାଏ । ଅର୍ଥାତ ତାକୁ ପୁଅମାନଙ୍କ ଭଳି ପୋଷାକ ପିନ୍ଧିବା ସହ ପୁଅମାନେ ପରିବାର ପାଇଁ କରୁଥିବା ସବୁ କାମ କରିବାକୁ ପଡ଼ିଥାଏ । ଆଫ୍‌ଗାନିସ୍ଥାନର ସିତାରା ଓ୍ଵଫାଦାର ନାମକ ଜଣେ ମହିଳା ଏହି ପ୍ରଥାର ଶିକାର ହୋଇଥିବା ଜଣା ପଡ଼ିଛି । ପରିବାରେ ୫ଜଣ ଝିଅ ଥିବାରୁ ବଚ୍ଚା ପୋଷୀ କରାଯାଇ ସିତାରାଙ୍କୁ ଘରର ପୁଅ କରାଯାଇଛି ବୋଲି ସେ କହିଛନ୍ତିା
ସେ କହନ୍ତି, ‘ଘରେ କେହି ପୁଅ ନଥିବାରୁ ମୋତେ ଏହି ପ୍ରଥା ଅନୁସାରେ ପୁଅ ହେବାକୁ ପଡ଼ିଥିଲା । ଛୋଟ ବେଳୁ ମୁଁ ପୁଅମାନଙ୍କ ଭଳି ପୋଷାକ ପିନ୍ଧିବା ସହ ପରିବାର ପୋଷିବା ପାଇଁ ବାପାଙ୍କ ସହ ଇଟା ଫ୍ୟାକ୍ଟ୍ରି ମଧ୍ୟ ଯାଏ । ମୋର ମଧ୍ୟ ଝିଅମାନଙ୍କ ଭଳି ରହିବାକୁ ଇଚ୍ଛା ହୁଏ । କିନ୍ତୁ ଘରର ପୁଅ ହିସାବରେ ଗୋଟେ ଝିଅ ଯାହା କରିବା କଥା ତାହା ମୁଁ କରିପାରେ ନାହିଁ । ଯଦି ସଂପର୍କୀୟମାନଙ୍କ ମଧ୍ୟରୁ କେହି ଆର ପାରିକୁ ଚାଲି ଯାଆନ୍ତି, ତେବେ ଘରର ପୁଅ ହିସାବରେ ମୁଁ ସବୁ କର୍ମ କରିଥାଏ ।’

ସମ୍ବନ୍ଧିତ ଖବର