ପ୍ରଶାସନ ଅନୁମତି ନ ଦେବାରୁ ୧୦୦କିଲୋମିଟର ସାଇକେଲରେ ଯାଇ ବିବାହ କରିବା ସହ ପତ୍ନୀଙ୍କୁ ଧରି ଘରକୁ ଫେରିଲେ ଯୁବକ

ହମିରପୁର: ଉତ୍ତରପ୍ରଦେଶର ଜଣେ ୨୩ବର୍ଷ ବୟସ୍କ ବ୍ୟକ୍ତି କନ୍ୟା ଘରେ ପହଞ୍ଚିବା ପାଇଁ ପ୍ରାୟ ୧୦୦ କିଲୋମିଟର ସାଇକେଲ ଚଳାଇଥିବା ଜଣା ପଡିଛି । କରୋନାଭାଇରସ୍ ପାଇଁ ଦେଶବ୍ୟାପୀ ଲକଡାଉନ ଥିବାରୁ ନିରାଶ ହୋଇ ସେ ଏଭଳି କରିଛନ୍ତି | ରାଜ୍ୟର ରାଜଧାନୀ ଲକ୍ଷ୍ନୌରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଥିବା ହାମିରପୁର ଜିଲ୍ଲାର ପାଉଥିଆ ଗାଁର କାଲ୍କୁ ପ୍ରଜାପତି ଏପ୍ରିଲ ୨୫ରେ ତାଙ୍କ ବିବାହ ପାଇଁ ପ୍ରଶାସନର ଅନୁମତି ମାଗିଥିଲେ। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ତାଙ୍କୁ ଅନୁମତି ନମିଳିବାରୁ ସେ ସେଠାରୁ ୨୩୦କିଲୋମିଟର ଦକ୍ଷିଣରେ ଥିବା ପଡୋଶୀ ମହୋବା ଜିଲ୍ଲାର ପୁନିୟା ଗ୍ରାମରେ କନ୍ୟା ରିଙ୍କିଙ୍କ ଘରକୁ ଏକାକୀ ଯିବାକୁ ସ୍ଥିର କରିଥିଲେ।

“ବିବାହ ପାଇଁ ଆମେ ସ୍ଥାନୀୟ ପୁଲିସଠାରୁ ଅନୁମତି ପାଇ ନ ଥିଲୁ। ଏକାକୀ ସେଠାରେ ପହଞ୍ଚିବା ପାଇଁ ସାଇକେଲରେ ଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି କାଲ୍କୁ ପ୍ରଜାପତି କହିଛନ୍ତି | ତାଙ୍କ କହିବା ମୁତାବକ, ଶାଶୁ ଘର ଲୋକେ ବିବାହ କାର୍ଡ ଛପି ସାରିଥିବା ସହ ନିର୍ଦ୍ଧାରିତ ଦିନରେ ବିବାହ ପାଇଁ ପ୍ରସ୍ତୁତ ଥିଲେ। ପ୍ରାୟ ପାଞ୍ଚ ମାସ ପୂର୍ବରୁ ଏହି ବିବାହ ସ୍ଥିର କରାଯାଇଥିଲା। କନ୍ୟାର ପରିବାର ଲୋକେ ବିବାହ ଦିନ ଫୋନ୍ କରିବା ପରେ ମୁଁ ସାଇକେଲ ଯୋଗେ ବିବାହ ପାଇଁ ବାହାରିଯାଇଥିଲି।

ndtv

ପ୍ରଜାପତି କହିଛନ୍ତି, “ଯଦିଓ ମୋର ମୋଟରସାଇକେଲ ଅଛି, ତଥାପି ମୋର ଡ୍ରାଇଭିଂ ଲାଇସେନ୍ସ ନାହିଁ। ସାଇକେଲରେ ଯିବା ମୋ ପାଇଁ ସବୁଠାରୁ ସହଜ ଥିଲା। କୌଣସି ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ମୁଁ ମୁହଁରେ ରୁମାଲ ବାନ୍ଧିବା ସହ ସମସ୍ତଙ୍କ ପରାମର୍ଶ ଅନୁଯାୟୀ ମୁଁ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ସକାଳେ ଯାତ୍ରା ଆରମ୍ଭ କରିଥିଲି। ପ୍ରଜାପତି ପହଞ୍ଚିବା ପରେ ଉଭୟ ପ୍ରଜାପତି ଏବଂ କନ୍ୟା ସେମାନଙ୍କ ସାଧାରଣ ପୋଷାକରେ ଗ୍ରାମ ମନ୍ଦିରରେ ବିବାହ କରିଥିଲେ | ଏବେ ବିବାହ ପରେ ଏହି ଦମ୍ପତି ବର୍ତ୍ତମାନ ଗ୍ରାମବାସୀଙ୍କ ପାଇଁ ଏକ ଭୋଜି ସମେତ ଅବଶିଷ୍ଟ କାର୍ଯ୍ୟଗୁଡ଼ିକ ପାଇଁ କରୋନାଭାଇରସ୍ ଲକଡାଉନ୍ ଉଠିବାକୁ ଅପେକ୍ଷା କରିଛନ୍ତି |

ପ୍ରଜାପତି କହିଛନ୍ତି ଯେ, ବିବାହ ପରେ ମୁଁ ମୋ ପତ୍ନୀଙ୍କୁ ଧରି ଘରକୁ ଫେରିଥିଲି | ତାଙ୍କୁ ସାଇକେଲରେ ବସାଇ ଏତେ ବାଟ ଆସିବା ପରେ ମୋ ଗୋଡରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଶୋଇବାରେ ମଧ୍ୟ ସମସ୍ୟା ହେଉଥିଲା | ଯାହା ପରେ ମୁଁ ଔଷଧ ଖାଇଥିଲି।ଏବେ ଔଷଧ ଖାଇବା ପରେ ଯନ୍ତ୍ରଣା ଟିକେ କମ ହୋଇଛି। ପ୍ରଜାପତି କାହିଁକି ଲକଡାଉନ ଉଠିବାକୁ ଅପେକ୍ଷା କରି ନଥିଲେ ବୋଲି ପ୍ରଶ୍ନ କରାଯିବ ପରେ ସେ କହିଛନ୍ତି ଯେ, ତାଙ୍କ ଘରେ ତାଙ୍କ ମା’ଙ୍କ ଦେହ ପ୍ରାୟ ଖରାପ ରହୁଥିବା ବେଳେ ପରିବାର ପାଇଁ ରୋଷେଇ କରିବାକୁ କେହି ନାହାଁନ୍ତି। ଲକ ଡାଉନ ଆଉ କେତେ ଦିନ ମଧ୍ୟରେ ଉଠିବ ତାହାର କୌଣସି ସ୍ପଷ୍ଟ ସୂଚନା ନଥିବାରୁ ସେ ସାଇକେଲରେ ଯାଇ ବିବାହ କରିବାକୁ ମନସ୍ଥ କରିଥିବା କହିଛନ୍ତି  |

ସମ୍ବନ୍ଧିତ ଖବର