ଗରିବ ହୋଇ ଜନ୍ମିବା ଏକ ଦୋଷ ନୁହେଁ, ଗରିବ ହୋଇ ମରିବା ଏକ ଭୟଙ୍କର ଦୋଷ: ଜାଣନ୍ତୁ ଧୀରୁଭାଇ ଅମ୍ବାନୀ କହିଥିବା ଏହି ସବୁ ବାଣୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ନିର୍ମାତା ଧୀରୁଭାଇ ଅମ୍ବାନୀଙ୍କୁ କିଏ ବା ନ ଜାଣେ! ଏହି ବିଜିନେସ୍‌ ଟାଇକନ୍‌ ତାଙ୍କ ଦୃଢ଼ ସଂପଳ୍ପ ପାଇଁ ଅନେକଙ୍କ ଆଦର୍ଶ ପାଲଟିଛନ୍ତି। ଚାଲନ୍ତୁ ଜାଣିବା ସେ କହିଥିବା କିଛି ଆଦର୍ଶ ବାଣୀ।

: ବଡ଼ ଚିନ୍ତା କର, ଶୀଘ୍ର ଚିନ୍ତା କର, ଆଗକୁ ଚିନ୍ତା କରି ଚାଲ। ଭାବନାଗୁଡ଼ିକ ଉପରେ ଜଣକ ଅଧିକାର ନଥାଏ।

: ଯଦି ତୁମେ ତୁମ ନିଜ ସ୍ୱପ୍ନ ଗଢ଼ି ନପାର ତେବେ ଆଉ କେହି ଆସି ସେହି ସ୍ୱପ୍ନ ଗଢ଼ିବାକୁ ତୁମ ସାହାଯ୍ୟ ଲୋଡ଼ିପାରନ୍ତି।

: ଲାଭବାନ ହେବାକୁ ତୁମକୁ କେହି ନିମନ୍ତ୍ରଣ ପତ୍ର ଦେବେ ନାହିଁ।

AajTak

: ଯିଏ ସ୍ୱପ୍ନ ଦେଖିବାର ସାହସ ରଖେ, ସେ ପୂରା ଦୁନିଆକୁ ଜିତିପାରେ।

: ଗରିବ ହୋଇ ଜନ୍ମ ହେବାରେ ଆପଣଙ୍କର କୌଣସି ଦୋଷ ନାହିଁ, ଗରିବ ହୋଇ ମରିବାରେ ଆପଣଙ୍କର ହିଁ ଦୋଷ।

: ଯଦି ଆପଣ ଦୃଢ଼ ସଂକଳ୍ପର ସହ କାମ କରୁଛନ୍ତି ତ ସଫଳତା ଆପଣଙ୍କ ପଛରେ ପଡ଼ିଯିବ।

: ଦେଶର ଭବିଷ୍ୟତ ଗଠନ ପାଇଁ ଯୁବ ବ୍ୟବସାୟୀଙ୍କ ସଫଳତା ଏକ ଚାବିକାଠି ସଦୃଶ

: କଠିନ ସମୟରେ ବି ନିଜର ଲକ୍ଷ୍ୟରୁ ଓହରି ଯାଆନ୍ତୁ ନାହିଁ, ବିପଦକୁ ବିଜ୍ଞାପନରେ ବଦଳାନ୍ତୁ।

ସମ୍ବନ୍ଧିତ ଖବର