ଅଦ୍ଭୁତ ଇଚ୍ଛା : ସରୀସୃପ ଭଳି ଦେଖାଯିବା ପାଇଁ କାଟିଲେ ଜିଭ ଓ କାନ

ନୂଆଦିଲ୍ଲୀ : ଦୁନିଆରେ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର ଇଛା ଦେଖିବାକୁ ମିଳିଥାଏ । କିଛି ବ୍ୟକ୍ତି ନିଜର ଇଛା ପୂରା କରିବାକୁ ଯାଇ ସମସ୍ତ ସୀମା ପାର କରିଦିଅନ୍ତି। ଅରିଜୋନାଠାରେ ଏଭଳି ଏକ ବାସ୍ତବିକ ଘଟଣା ଦେଖିବାକୁ ମିଳିଛି । ୫୫ ବର୍ଷିୟ ଇବା ତିଆମତ ମେଣ୍ଡୁସା ସରୀସୃପ ଭଳି ଦେଖାଯିବା ପାଇଁ ନିଜର କାନ କାଟି , ନାକକୁ ଚେପଟା କରିବା ସହ ଅସ୍ତ୍ରୋପଚାର ଲାଗି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ।

punjabkesari.in

ସୂଚନା ଅନୁଯାୟୀ , ପ୍ରକୃତରେ ଆରମ୍ଭରୁ ହିଁ ତିଆମତ ମେଣ୍ଡୁସାଙ୍କର ଏକ ସରୀସୃପ ଭଳି ଦେଖାଯିବାର ଇଛା ରହିଥିଲା । ଏଣୁ ସେ ବହୁବର୍ଷ ହେବ ଅନେକ କଷ୍ଟ ସହ୍ୟ କରିବା ସହ ନିଜର ଶରୀର ଏବଂ ମୁହଁର ଗଠନକୁ ପରିବର୍ତ୍ତନ କରୁଥିଲେ । ସେ ନିଜକୁ ସରୀସୃପ ଭଳି ଦେଖାଇବା ପାଇଁ ପ୍ରାୟ ୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ନିଜର କାନକୁ କାଟି ଦେଇଛନ୍ତି । ଏହା ସହ ନିଜ ଜିଭକୁ ମଝିରୁ ଦୁଇ ଫାଳ କରିଛନ୍ତି ।

punjabkesari.in

ତାଙ୍କର ନାକକୁ ଛୋଟ କରିବା ସହ ସାରା ଚେହେରାରେ ସରୀସୃପର ଛାଲ ଭଳି ଚିତ୍ରଣ କରିଛନ୍ତି । ବର୍ତ୍ତମାନ ତିଆମତ ମେଣ୍ଡୁସା ତାଙ୍କର ପ୍ରକୃତ ନାମ ନୁହଁ ବରଂ ‘ଡ଼୍ରାଗନ ଲେଡ଼ି’ ନାମରେ ପରିଚିତ ହୋଇଛନ୍ତି । ଏହା ଛଡ଼ା ନିଜର ମୁଣ୍ଡରେ ଦୁଇଟି ଶିଙ୍ଘ ସୃଷ୍ଟି କରିଛନ୍ତି ମେଣ୍ଡୁସା । ନିଜର ସଉକ ପୂରା କରିବା ପାଇଁ ବର୍ତ୍ତମାନ ମେଣ୍ଡୁସା ସଂପୂର୍ଣ୍ଣ ସରୀସୃପ ଭଳି ଦେଖା ଯାଉଛନ୍ତି ।

ସମ୍ବନ୍ଧିତ ଖବର