ନୂଆଦିଲ୍ଲୀ: ସାଧାରଣତଃ ବିଦେଶୀଙ୍କୁ ଦେଖିବାମାନେ ଭାରତୀୟ ତାଙ୍କ ସହ କିପରି ଇଂରାଜୀରେ କଥା ହେବେ ତାହାର ଅଭ୍ୟାସ ଆରମ୍ଭ କରିଦିଅନ୍ତି । ତେବେ ଯଦି କେହି ବିଦେଶୀ ଆସି ଭାରତୀୟଙ୍କ ସହ ହିନ୍ଦୀ କିମ୍ବା କୌଣସି ସ୍ଥାନୀୟ ଭାଷାରେ କଥା ହୁଏ ତେବେ! ଆଜ୍ଞା ହଁ , ନ୍ୟୁଜିଲାଣ୍ଡର କାର୍ଲ ରକ କିଛି ଦିନ ହେବ ଦିଲ୍ଲୀରେ ରହିଆସୁଛନ୍ତି । ସେ ଏଠାରେ ‘ସରଭାଇବର ଅଫ ଇଣ୍ଡିଆ’ ନାମକ ଏକ ସଂସ୍ଥା ଚଳାଉଛନ୍ତି । ଏଥିରେ ବିଦେଶୀମାନଙ୍କୁ କିପରି ଭାରତର ବିଭିନ୍ନ ସ୍ଥାନରେ ପରମ୍ପରା ସହ ଚଳିବା ପାଇଁ ହୁଏ ତାହାର ସୂଚନା ପ୍ରଦାନ କରିଥାନ୍ତି କାର୍ଲ ।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଲ କିଛି ଦିନ ଆଗରୁ ରିକ୍ସାବାଲା ଏବଂ ସ୍ଥାନୀୟ ଛୋଟ ପିଲାମାନଙ୍କ ସହ ହିନ୍ଦୀ ଏବଂ ହରିୟାନା ଭାଷାରେ କଥାହେବାର ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଏଥିରେ ସେ ବହୁତ ଭଲ ଏବଂ ସରଳ ଭାବେ ସେ ହିନ୍ଦୀ କହୁଥିବାର ଦେଖାଯାଇଛନ୍ତି । ତାଙ୍କର ଏପରି କଥା ହେଉଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏହି ଭିଡ଼ିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । କାର୍ଲ ଭାରତର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭ୍ରମଣ କରିସାରିଲେଣି । ସେ ୟୁଟ୍ୟୁବ ଏବଂ ତାଙ୍କ ସାଙ୍ଗମାନଙ୍କ ଠାରୁ ହିନ୍ଦୀ ଶିଖିଥିବା ବେଳେ କ୍ଷୀରବାଲା, ପରିବାବାଲାଙ୍କ ଠାରୁ ସ୍ଥାନୀୟ ଭାଷା ଶିକ୍ଷା କରିଛନ୍ତି ।