ମନ ଯଦି ବିପଥଗାମୀ ହୁଏ ତେବେ ବ୍ୟକ୍ତିକୁ କ’ଣ କରିବା ଉଚିତ?

ଗୀତାର ସମସ୍ତ ଶ୍ଳୋକ ଶିକ୍ଷଣୀୟ, ଆସନ୍ତୁ ସେଥିରୁ ଆଜି ଗୋଟାଏକୁ ବୁଝିବା

ସଂସାର ଭିତରେ ଯେତେ ବି ଧର୍ମ ଗ୍ରନ୍ଥ ରହିଛି ସେ ସମସ୍ତ ମଧ୍ୟରୁ ଗୀତା ସାର। ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଭଗବାନ ଶୀକୃଷ୍ଣଙ୍କ ମୁଖନିସୃତ ବାଣୀ ରହିଛି। ସେ ସବୁକୁ ଧ୍ୟାନର ସହ ମାନି ଚାଳିଲେ ଠିକ୍‌, ଭୁଲ୍‌, ଭଲ, ମନ୍ଦ, ଉଚିତ, ଅନୁଚିତ ଭିତରେ ଥିବା ପାର୍ଥକ୍ୟ ଜାଣିହେବ। ଫଳରେ ବ୍ୟକ୍ତି ଶୃଙ୍ଖଳା ଜୀବନ ବିତାଇବାରେ ସମର୍ଥ ହେବ। ଚାଲନ୍ତୁ ଜାଣିବା ନିମ୍ନୋକ୍ତ ଶ୍ଳୋକ କ’ଣ କହେ।

‘ଯତୋ ଯତୋ ନିଶ୍ଚଳତି ମନଶ୍ଚଞ୍ଚଳମସ୍ଥିରମ୍‌।
ତତସ୍ତତୋ ନିୟମ୍ୟେତଦାତ୍ମନ୍ୟେବ ବଶଂ ନୟେତ୍‌।।’

ଅର୍ଥାତ, ‘ମନ ଅତି ଚଞ୍ଚଳ ଓ ଅସ୍ଥିର। ତା’ର ଏହି ସ୍ୱଭାବ ଯୋଗୁଁ ଯଦି ମନ ବିଚଳିତ ହୁଏ, ଅର୍ଥାତ ଅନ୍ୟତ୍ର ଚାଲିଯାଏ, ଧ୍ୟାନର ବସ୍ତୁଠାରୁ ଦୂରେଇଯାଏ, ତାହାହେଲେ ବ୍ୟକ୍ତି ସେଠାରୁ ତାକୁ ଫେରାଇ ଆଣିବା ଉଚିତ୍‌ ଏବଂ ଆତ୍ମାର ଅଧୀନରେ ପୁଣି ଅବସ୍ଥାପିତ କରିବା ଉଚିତ୍‌।’

ମନ ଓ ବିବେକ୍‌ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଆମେ ପିଲାଟି ଦିନରୁ ଜାଣି ଆସିଛେ। ବିବେକ୍‌ ଠିକ ଓ ମନ ଭୁଲ୍‌ ବୋଲି ଜାଣିବା ସତ୍ୱେ ବି ବ୍ୟକ୍ତି ମନ ଅଡ଼େ ଆକର୍ଷିତ ହୁଏ। ମନକୁ ଭଲ ଲାଗୁଥିବା କାର୍ଯ୍ୟ ସବୁ କରେ। ମାତ୍ର ଏହି ଶ୍ଳୋକରେ ଭଗବାନ କହିଛନ୍ତି କି ମନ କୌଣସି ନଯିବା ସ୍ଥାନକୁ ଚାଲିଗଲେ ଧ୍ୟାନର ବ୍ୟସ୍ତଠାରୁ ଦୂରେଇ ଯାଏ। ଏଣୁ ଏପରି ପରିସ୍ଥିତିରେ ବ୍ୟକ୍ତି ନିଜ ମନକୁ ଅସଙ୍ଗତ ଓ ଭଲ ଲାଗୁଥିବା ସ୍ଥାନରୁ ଫେରାଇ ଆଣି ଉଚିତ୍‌ ମାର୍ଗରେ ଲଗାଇବା ଉଚିତ।

ସମ୍ବନ୍ଧିତ ଖବର