ପେନୁ ବେହେରାଙ୍କ ଶେଷ ଇଛା ପୂରା କରିବାକୁ୧୦୦ ମୟୁରଙ୍କୁ ସମ୍ଭାଳୁଛନ୍ତି ନାତି କାଳିଆ

ଭୁବନେଶ୍ୱର : ରାଜଧାନୀର ଚନ୍ଦକା ଅଞ୍ଚଳରେ ‘ମୟୁର ମଣିଷ’ ଭାବେ ପରିଚିତ ପେନୁ ବେହେରାଙ୍କର ଗତ ବର୍ଷ ଦେହାନ୍ତ ହୋଇଯାଇଛି । ପ୍ରାୟତଃ ୧୦୦ ମୟୁରଙ୍କୁ ନିଜ ସନ୍ତାନ ଭଳି ସକାଳ ଏବଂ ସନ୍ଧ୍ୟାରେ ୧୯୯୯ ମସିହାରୁ ଖାଇବାକୁ ଦେଉଥିଲେ ପେନୁ । ଏପରିକି ନିଜ ଶେଷ ଇଛାରେ ସେ ତାଙ୍କ ପରିବାରକୁ ମୟୁରଙ୍କ ସହି ସମୟ ବିତାଇବାକୁ ଅନୁରୋଧ କରିଥିଲେ । ସେ କହିଥିଲେ “ମତେ କିଛି ସମୟ ମୟୁରଙ୍କ ସହିତ ବିତାଇବା ପାଇଁ ଦିଅ। ମୁଁ ଏହାପରେ ଜୀବନରେ ଆଉ କିଛି ମାଗିବି ନାହିଁ । ଏହା ପର ଦିନ ପେନୁ ତାଙ୍କର ନିର୍ଦ୍ଦିଷ୍ଟ ସମୟରେ ସକାଳୁ ମୟୁରମାନଙ୍କୁ ଖାଦ୍ୟ ଦେବା ପାଇଁ ବାହାରି ଯାଇଥିଲେ । ସାଙ୍ଗରେ ଥିଲେ ମଝିଆ ନାତି କାଳୁଚରଣ (କାଳିଆ) ଯାଇଥିଲେ ।”

voyageanature.blogspot.com

ପ୍ରକୃତରେ ସେ ସ୍ଥାନକୁ ଜେଜେବାପାଙ୍କ ସହିତ ଯିବାର କାଳିଆଙ୍କର ବିଶେଷ ଆଗ୍ରହ ନଥିଲା। ସେ ଖାଲି ତାଙ୍କର ଶେଷ ଇଛା ପୂରା କରିବା ପାଇଁ ଯାଇଥିଲେ । ସେଠାକୁ ଯାଇ ଏକ କୋଣରେ ବସି ରହିଥିଲେ କାଳିଆ। ତାଙ୍କ ଜେଜେବାପା ପେନୁ ଜଙ୍ଗଲରେ କିଛି ବାଟ ଭିତରକୁ ଯିବା ସହ ‘ଆ ରାଜା’ ସମ୍ବୋଧନ କରିଥିଲେ । ଏହାର କିଛି କ୍ଷଣ ମଧ୍ୟରେ ୭୦-୮୦ ମୟୁର ବିଭିନ୍ନ ଦିଗରୁ ଆସି ତାଙ୍କୁ ଘେରି ଯାଇଥିଲେ । ଜେଜେବାପା ଏବଂ ମୟୁରଙ୍କ ମଧ୍ୟରେ ଥିବା ସଂପର୍କଙ୍କୁ ଦେଖି କାଳିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପେନୁ ଏହିପରି ଦୈନିକ ୧୯୯୯ ମସିହା ମହାବାତ୍ୟା ପରଠାରୁ ସେଠାରେ ଥିବା ମୟୁର ମାନଙ୍କର ସୁରକ୍ଷା କରିବା ସହ ତାଙ୍କୁ ଖାଇବାକୁ ଦେଉଥିଲେ ।

Bhubaneswar Buzz

ପେନୁ ବେହେରା ହୋମଗାର୍ଡ଼ ଭାବେ ଓଡ଼ିଶା ପୁଲିସରେ ୨୦୧୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ସେ ତାଙ୍କ ସମସ୍ତ ରୋଜଗାର ମୟୁରଙ୍କ ଖାଇବାରେ ଖର୍ଚ୍ଚ କରି ଦେଉଥିଲେ । ମୟୁରଙ୍କୁ ଖାଦ୍ୟ ହିସାବରେ କେବଳ ଗହମ ,ଧାନ ସହିତ ବେଳେବେଳେ ଗୁଲଗୁଲା ଖାଇବାକୁ ଦିଆ ଯାଇଥାଏ । ଏଥିପାଇଁ ଦୈନିକ ଖର୍ଚ୍ଚ ୫୦୦ ଟଙ୍କା ହୋଇଥାଏ । ପେନୁଙ୍କ ମୃତ୍ୟୁ ପରେ ମୟୁରଙ୍କ ଦାୟିତ୍ୱ ବର୍ତ୍ତମାନ ତାଙ୍କର ନାତି କାଳିଆ ନେଇଛନ୍ତି । ପେନୁଙ୍କ ସହିତ ତାଙ୍କ ଶେଷ ସମୟରେ ଆସିବା ବେଳେ ମୟୁରଙ୍କ ସହିତ କାଳିଆଙ୍କର ଏକ ଅଦ୍ଭୁତ ସଂପର୍କ ସ୍ଥାପନ ହୋଇଯାଇଥିଲା । କାଳିଆ ସ୍ନାତକ ପଢ଼ିଥିବା ବେଳେ ତାଙ୍କୁ ଅନେକ ପ୍ରକାରର ଚାକିରି ମିଳିଛୁ କିନ୍ତୁ ସେ ମୟୁରଙ୍କୁ ଛାଡ଼ି ଯିବାକୁ ଚାହୁନାହାନ୍ତି । କିଛି ଦିନ ମଧ୍ୟରେ ମୟୁରଙ୍କ ସହିତ ଘନିଷ୍ଠ ସଂପର୍କ ସ୍ଥାପନ ହୋଇଯାଇଛି। ଏକା ସ୍ଥାନରେ ମୟୂରଙ୍କ ଏତେ ମାତ୍ରାରେ ଭିଡ଼ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥାଏ ।

ସମ୍ବନ୍ଧିତ ଖବର