ଆପଣଙ୍କର ଟ୍ରେନ୍ରେ କେବେ ଚୋରି ହୋଇଛି? ଚୋରି ହୋଇଥିବା ସାମଗ୍ରୀ କିମ୍ବା ଅର୍ଥ ଫେରି ପାଇଛନ୍ତି? ବାସ୍ତବ କଥା ହେଲା ଏବେବି ଅନେକ ଲୋକ ଚୋରି ହେବା ପରେ କାହାକୁ ଅଭିଯୋଗ କରିବେ, କିପରି କରିବେ ଜାଣନ୍ତି ନାହିଁ। ମାତ୍ର ଆପଣ ଆଦୌ ବିବ୍ରତ ହୁଅନ୍ତୁ ନାହିଁ। ଆପଣଙ୍କ ଯଦି କେବେ କିଛି ଟ୍ରେନ୍ରୁ ଚୋରି ହୁଏ ତେବେ ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା ପ୍ରକ୍ରିୟାରେ ଅଭିଯୋଗ ଆଣି ନିଜ ହଜିଥିବା ଜିନିଷ ଫେରସ୍ତ ପାଇପାରିବେ। ଅଥବା ଅତିକମ୍ରେ ରେଳବାଇ ପକ୍ଷରୁ ଆପଣଙ୍କୁ କ୍ଷତିପୂରଣ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଚୋରି ହେବା ସଙ୍ଗେ ସଙ୍ଗେ ପ୍ରଥମେ ଆପଣ ଟିଟିଇ, କୋଚ୍ ଆଟେଣ୍ଡ୍ନାଣ୍ଟ୍ କିମ୍ବା ଗାର୍ଡଙ୍କୁ କହି ଅଭିଯୋଗ କରନ୍ତୁ।
ସେମାନେ ଆପଣଙ୍କୁ ଏକ ଏଫ୍ଆଇଆର୍ ଫର୍ମ ପ୍ରଦାନ କରିବେ। ନିଜର ଜ୍ଞାନ ଲଗାଇ ତାହାକୁ ପୂରଣ କରନ୍ତୁ।
ଆପଣଙ୍କ ଦ୍ୱାରା କରାଯାଇଥିବା ଏହି ଅଭିଯୋଗକୁ ସେମାନେ ପୁଲିସ୍ ର୍ଷ୍ଟେସନ୍କୁ ପରଓ୍ଵାର୍ଡ କରିବେ। ସେଠାରେ ଆପଣଙ୍କ ମାମଲାର ତଦନ୍ତ ହେବ।
ଆପଣଙ୍କ ଯାହା ସବୁ ଚୋରି ହୋଇଛି ତାହାର ଏକ ସ୍ପଷ୍ଟ ତାଲିକା କରି ଦିଅନ୍ତୁ। ତାହା ପୁଲିସ୍କୁ ତଦନ୍ତ କାର୍ଯ୍ୟରେ ସହାୟ ହେବ।
କେବଳ ଅଫ୍ଲାଇନ୍ ନୁହେଁ, ଆପଣ ଚାହିଁଲେ ଅନ୍ଲାଇନ୍ରେ ମଧ୍ୟ ଅଭିଯୋଗ ଆଣିପାରିବେ। ଆପଣଙ୍କୁ ଆଇଆର୍ସିଟିସିର େଓ୍ଵବ୍ସାଇଟ୍କୁ ଯାଇ ଅଭିଯୋଗ କରିବାକୁ ହେବ।