ଆଇଆଇଟି ବିଜ୍ଞାନୀ ପିଆଜ ଚୋପାରୁ ପ୍ରସ୍ତୁତ କଲେ ବିଦ୍ୟୁତ

ନୂଆଦିଲ୍ଲୀ: ବିଦ୍ୟୁତ ଉତ୍ପାଦନ ପାଇଁ ଆଜିକାଲି ବିଭିନ୍ନ ପ୍ରକାରର ଉପାୟ ଉଦ୍ଭାବନ କରାଯାଉଛି। କିଛି ଦିନ ପୂର୍ବରୁ ଆଇଆଇଟି ଖଡ଼ଗପୁରରେ ପିଆଜ ଚୋପାରୁ ବିଦ୍ୟୁତ ପ୍ରସ୍ତୁତି ପ୍ରଯୁକ୍ତି ଉଦ୍ଭାବିତ ହୋଇଛି । ଅନୁଷ୍ଠାନ ଦ୍ୱାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି, ପିଆଜ ଚୋପାରେ ପାଇଜୋଇଲେଟ୍ରିକ୍‌ ନାମକ ଏକ ତତ୍ତ୍ୱ ରହିଥାଏ, ଏହା ଦ୍ୱାରା ନାନୋଜେନେରେଟରରେ ବ୍ୟବହାର କରି ବିଦ୍ୟୁତ ପ୍ରସ୍ତୁତ କରାଯାଇ ପାରିବ ।

ସାଧାରଣତଃ ସମସ୍ତ ଭାରତୀୟଙ୍କ ଘରେ ଖାଦ୍ୟ ପ୍ରସ୍ତୁତ ପାଇଁ ପିଆଜ ବ୍ୟବହାର କରାଯାଇଥାଏ ତେବେ ଏହାର ଚୋପାକୁ ଆବର୍ଜନା ଭାବେ ବ୍ୟବହାର କରାଯାଇଥାଏ । ପିଆଜ ଚୋପାରେ ଥିବା ପାଇଜୋଇଲେଟ୍ରିକ୍‌ରେ କିଛି ପରିମାଣର ଚାପ ପକାଇବା ଦ୍ୱାରା ବିଦ୍ୟୁତ ଉତ୍ପନ୍ନ ହୋଇଥାଏ । ଏଥିରୁ ନାନୋ- ଜେନେରେଟର ପ୍ରସ୍ତୁତ ହୋଇଥାଏ ଯାହା ଛୋଟ ଯନ୍ତ୍ରଗୁଡ଼ିକୁ ବିଦ୍ୟୁତ ଯୋଗାଇବାରେ ସହାୟତା ଯୋଇଥାଏ । ଏଥିରେ ଚାପ ପଡ଼ିବା ଦ୍ୱାରା ବିଦ୍ୟୁତ ଉତ୍ପନ୍ନ ହୋଇ କାନେଟିକ ଉର୍ଜାରେ ପରିବର୍ତ୍ତିତ ହୋଇ ଇଲେକଟ୍ରିକାଲ ଉର୍ଜା ପ୍ରସ୍ତୁତ କରିଥାଏ ।

ସାଧାରଣତଃ ନାନୋଜେନେରେଟର ଟୋକ୍ସିକ ସାମଗ୍ରୀ ବ୍ୟବହାର କରାଯାଇଥାଏ । କିନ୍ତୁ ଜୈବିକ ପ୍ରଦାର୍ଥରୁ ଏହାକୁ ପ୍ରସ୍ତୁତ କରି ଆଇଆଇଟି ଅନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ପ୍ରଯୁକ୍ତି ଅନୁଯାୟୀ,  ଜୈବଆବର୍ଜନା ବ୍ୟବହାର ଦ୍ୱାରା ସ୍ମାର୍ଟ ପିଲ, ଘଣ୍ଟା ଏବଂ ପେସମେକର ପ୍ରସ୍ତୁତ କରାଯାଇ ପାରିବ।

ସମ୍ବନ୍ଧିତ ଖବର