୯୫ ପ୍ରତିଶତ ଭାରତୀୟ ପୁରୁଷ କଣ୍ଡୋମ୍‌ ବ୍ୟବହାର କରିବାକୁ ଘୃଣା କରନ୍ତି!

ମୁଖ୍ୟତଃ ଦୁଇଟି ଶବ୍ଦ ପ୍ରତି ଭାରତୀୟମାନଙ୍କ ମନରେ ପ୍ରବଳ ଭୟ। ଗୋଟାଏ ସେକ୍ସ ଓ ଅନ୍ୟଟି କଣ୍ଡୋମ୍‌। ଏପରିକି ମେଡିସିନ୍‌ ଷ୍ଟୋର୍‌କୁ ଯାଇ କଣ୍ଡୋମ କିଣିବା ବେଳେ ଏହା ଏକ ଲଜ୍ଜାଜନକ ବ୍ୟାପାର ପରି ମନେ ହୋଇଥାଏ। ମାତ୍ର, ଥରେ ଦେଖନ୍ତୁ। ସମାଜ ଭଲ ପାଇଁ ବଦଳୁଛି। ଟୁଇଟର୍‌ରେ ଏବେ ଏପରି ଏକ ବିଷୟ ବସ୍ତୁ ଉପରେ ସମାଲୋଚନା ଜୋର୍‌ ଧରୁଛି। ଭାରତୀୟମାନେ ଲାଜ ଭୁଲି ଖୋଲା ଖୋଲି ଭାବେ ସର୍ବସାଧାରଣରେ ନିଜର ମତ ପ୍ରତିପାଦନ କରୁଛନ୍ତି।

ପ୍ରଥମେ ସୁପରିଚିତ କଣ୍ଡୋମ କମ୍ପାନି ଡୁରେକ୍ସ ଇଣ୍ଡିଆ ନିଜ ଆନୁଷ୍ଠାନିକ ପେଜ୍‌ରେ ଏକ ଟୁଇଟ୍‌ ଦେଲା। ଟୁଇଟ୍‌ ଥିଲା, ‘କ’ଣ ହେଉଛି ଭାରତରେ? ୯୫ ପ୍ରତିଶତ ଭାରତୀୟ କଣ୍ଡୋମ ବ୍ୟବହାର କରନ୍ତି ନାହିଁ! ଆମେ ଜାଣିବାକୁ ଚାହିଁବୁ ଯେ କାହିଁକି?’

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜାଣିବାକୁ ମିଳିଛି ଯେ ଆମ ଭାରତରେ ପ୍ରାୟ ୯୫ ପ୍ରତିଶତ ପୁରୁଷ କଣ୍ଡୋମ ବ୍ୟବହାର କରନ୍ତି ନାହିଁ। ଏହା ବାସ୍ତବରେ ବହୁ ସଂଖ୍ୟାକ। ଏହାକୁ ଅଣଦେଖା କରିବା ନିଶ୍ଚୟ କଷ୍ଟକର। ସବୁକିିଛି ପରେ ସୁରକ୍ଷିତ ଯୌନ ସଂପର୍କକୁ ଉପଭୋଗ କରିବା ପାଇଁ କଣ୍ଡୋମ ହିଁ ତ ଏକ ବଳିଷ୍ଠ ମାଧ୍ୟମ।

ଡୁରେକ୍ସ ଇଣ୍ଡିଆର ସେହି ଟୁଇଟ୍‌ରେ ରିଟୁଇଟ୍‌ କରି ଭିନ୍ନ ଲୋକ ଭିନ୍ନ ମତ ରଖିଛନ୍ତି। ସେହି ରି-ଟୁଇଟ୍‌ଗୁଡ଼ିକ ଏଠାରେ ଉପସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର