କିଏ ଦଶ ତାଲା ବିଲ୍‌ଡିଂରୁ ପଡ଼ିଲେ ମରେନା ହେଲେ ପାଣିରେ ମରିଯାଏ, କେଉଁ ଫଳକୁ ବିନା ଧୋଇ ଖାଇହେବ, କାହାକୁ ପାଣି ଓଦା କରିପାରେନା? ଜାଣନ୍ତୁ କିଛି ମଜାଦାରିଆ ପ୍ରଶ୍ନୋତ୍ତର

ପୂର୍ବରୁ ଅନେକ ପଜଲ୍‌ ଓ ରିଡଲ୍‌ ସଂପର୍କରେ ପଢ଼ି ଆମେ ମଜା ନେବା ସହ ମସ୍ତିଷ୍କକୁ ତୀକ୍ଷ୍ମ ହେବାରେ ସାହାଯ୍ୟ କରିଛେ ବୋଲି ଆପଣ କେବେ ଅସ୍ୱୀକାର କରିବେ ନାହିଁ। ବିଶେଷ କରି ଘରେ ଥିବା ପିଲାମାନଙ୍କ ପାଇଁ ଆମର ଏ ଶ୍ରେଣୀ। ଆପଣଙ୍କ ଘରେ ଯଦି କେହି ପିଲା ଅଛନ୍ତି ତେବେ ସେମାନଙ୍କୁ ଏସବୁ ପଢ଼ାନ୍ତୁ, ବୁଝାନ୍ତୁ, ତାଙ୍କ ସହ ଆଲୋଚନା କରି ମସ୍ତିଷ୍କକୁ ସକ୍ରିୟ କରାନ୍ତୁ। ଆଜି ଆମେ କିଛି ମଜାଦାରିଆ ପ୍ରଶ୍ନ ଓ ତାହାର ଉତ୍ତର ଆପଣଙ୍କ ସମ୍ମୁଖରେ ରଖିବୁ।

୧. ଏମିତି କ’ଣ ଅଛି ଯାହାକୁ କେବେ ପାଣି ଓଦା କରିପାରେନା?
ଉତ୍ତର: ଛାଇ। ସେ ମଣିଷର ହେଉ କିମ୍ବା ଗଛର। ଗୋଟାଏ ଛାଇ ଉପରେ ଆପଣ ଯେତେ ବି ପାଣି ଢାଳିଲେ ତାହା ସଦା ଅପରିବର୍ତ୍ତିତ ରହିବ।

୨. କେଉଁ ଫଳକୁ ଆମେ ବିନା ଧୋଇ ଖାଇପାରିବା?
ଉତ୍ତର: କର୍ମଫଳ। କର୍ମର ଫଳ ଏକ ଏପରି ଜିନିଷ ଯାହାକୁ ଧୋଇବା ଆବଶ୍ୟକ ପଡ଼େ ନାହିଁ। କର୍ମ ଭଲ ଥିଲେ ଫଳ ମିଠା ଲାଗେ, କର୍ମ ମନ୍ଦ ଥିଲେ ଫଳ ପିତା।

୩.ଜଣେ କୁଆଁରୀ କନ୍ୟା କେଉଁ କାର୍ଯ୍ୟ କରିପାରେ ନାହିଁ।
ଉତ୍ତର: ଯଜ୍ଞ। ଯଜ୍ଞ କରିବା ପାଇଁ ପତି-ପତ୍ନୀ ଉଭୟଙ୍କର ଆବଶ୍ୟକତା ପଡ଼ିଥାଏ। ଅବିବାହିତା ଝିଅକୁ ଯଜ୍ଞ କରିବାକୁ ବାରଣ ରହିଛି।

୪. ଏମତି କେଉଁ ଜିନିଷ ଅଛି ଯାହାକୁ ୧୦ ତାଲା ଉପର ବିଲିଡିଂରୁ ଫୋପାଡ଼ିଲେ ବି ସେ ବଞ୍ଚିବ, କିନ୍ତୁ ପାଣିରେ ଫିଙ୍ଗି ଦେଲେ ମରିଯିବ?
ଉତ୍ତର: କାଗଜ

୫. କାହାର ଆଖି ଅଛି ହେଲେ ସେ ଦେଖିପାରେନା?
ଉତ୍ତର: ଛୁଞ୍ଚି?

ସମ୍ବନ୍ଧିତ ଖବର