ଶୁଭ କାମରେ ଘର ବାହାରେ କ’ଣ ପାଇଁ ଆମ୍ବ ପତ୍ର ଟଙ୍ଗାଯାଏ?ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବା ଲୋକମାନଙ୍କ ପାଇଁ ଆମ୍ବ ଗଛ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ହିନ୍ଦୁ ଧର୍ମର ଲୋକମାନେ ଆମ୍ବ ଗଛର ପୂଜା ଅନେକ ବର୍ଷ ତଳୁ କରି ଆସୁଛନ୍ତି । ଏହି ଗଛକୁ ଶୁଭ ବୋଲି ଲୋକମାନେ ମାନିବା ସହ ଅନେକ ଶୁଭ କାମରେ ଏହାର ଫଳ,କାଠ ଏବଂ ପତ୍ରକୁ ବ୍ୟବହାର କରିଥାଆନ୍ତି । ଆପଣମାନେ ଦେଖିଥିବେ,ଅନେକ ଶୁଭ କାମରେ ଆମ୍ବ ପତ୍ରକୁ ଘର ଚଉକାଠରେ ଝୁଲା ଯାଇଥାଏ । ଆପଣମାନେ ମଧ୍ୟ ଏପରି କରୁଥିବେ । ତେବେ ଏହାର ମହତ୍ତ୍ୱ ବିଷୟରେ ଆପଣ ଜାଣିଛନ୍ତି କି? ଯଦି ନାଁ,ତେବେ ଆଜି ଆମେ ଆମ୍ବ ପତ୍ରର ମହତ୍ତ୍ୱ ବିଷୟରେ ଜଣାଇବୁ ।

୧.ଘରର ମୁଖ୍ୟଦ୍ୱାରରେ ଆମ୍ବ ପତ୍ର ଟଙ୍ଗାଇବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ ବୋଲି ବିଶ୍ୱାସ ରହିଛି। ଯେଉଁ ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରେ,ତାହା ଆମ୍ବ ପତ୍ରର ସଂସ୍ପର୍ଶରେ ସକାରାତ୍ମକ ଶକ୍ତିକୁ ପରିବର୍ତ୍ତନ ହୋଇ ଯାଇଥାଏ । ଯାହାଦ୍ୱାରା ପରିବାର ଲୋକେ ଖୁସିରେ ଏବଂ ମିଳିମିଶି ରହିଥାନ୍ତି ।

୨.ଘରର ମୁଖ୍ୟଦ୍ୱାରରେ ଆମ୍ବ ପତ୍ର ଟଙ୍ଗାଇବା ଦ୍ୱାରା ଶୁଭ ସମାଚାର ମିଳିଥାଏ ।
୩.ଆମ୍ବ ପ୍ରଭୁ ହନୁମାନଙ୍କର ପ୍ରିୟ ଫଳ ହୋଇଥିବାରୁ ଘର ବାହାରେ ଆମ୍ବ ପତ୍ର ଟଙ୍ଗାଇଲେ ପ୍ରଭୁ ହନୁମାନଙ୍କର ଆର୍ଶୀବାଦ ଘର ଉପରେ ରହିଥାଏ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର