ଭଉଣୀକୁ କାନ୍ଦିବା ଦେଖି ଭାଇ କରିଲା ଏମିତି କାମ..ଭିଡିଓ ଦେଖି ଆପଣ ବି ହୋଇଯିବେ ଭାବବିହ୍ଵଳ

ନୂଆଦିଲ୍ଲୀ: ଭାଇ-ଭଉଣୀଙ୍କ ସମ୍ପର୍କ ବହୁତ ସୁନ୍ଦର। ଭଉଣୀ ଆଖିରୁ ଲୁହ ବୋହିଲେ ସବୁଠାରୁ ବେଶୀ କଷ୍ଟ ଭାଇକୁ ହୋଇଥିବାର ଆମେ ଦେଖିଛେ। ଭଉଣୀକୁ ଖୁସିରେ ଦେଖିବା ପାଇଁ ଭାଇ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଇଥାଏ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ବି ଇମୋସ୍‌ନାଲ ହୋଇଯିବେ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭିଡିଓଟି ଖୁବ୍‌ ଭାଇରାଲ ହେବା ସହିତ ସେୟାର କରାଯାଉଛି।

ଭାଇ-ଭଉଣୀ ଫ୍ରିଲି ଓ ଜ୍ୟାକ୍‌ସନ୍‌ ଏମିତି କିଛି କାମ କରିଛନ୍ତି ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଭିଡିଓରେ ଫ୍ରିଲି ଓ ଜ୍ୟାକ୍‌ସନ୍‌କୁ ଭଲିବଲ୍‌ ଖେଳୁଥିବାର ଦେଖିବାକୁ ମିଳିଛି। ଫ୍ରିଲି ବଲ୍‌କୁ ବାସ୍‌କେଟରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛି କିନ୍ତୁ ସେ ତାହା କରି ପାରୁ ନାହିଁ। ଯାହା ପରେ ସେ କାନ୍ଦିବାକୁ ଲାଗୁଛି। ଭାଇ ଜ୍ୟାକସନ୍‌ ସେଠାରେ ହିଁ ଉପସ୍ଥିତ ଥିବା ବି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଯେମିତି ହିଁ ସେ ଭଉଣୀକୁ କାନ୍ଦିବାର ଦେଖୁଛି, ସାଙ୍ଗେ ସାଙ୍ଗେ ତାକୁ ଆଲିଙ୍ଗନ କରିବା ସହିତ ବୁଝାଇ ବଲ ଦେଇ ବାସ୍‌କେଟରେ ଭର୍ତ୍ତି କରିବାକୁ କହୁଛି। ବଲ୍‌ ଯେମିତି ହିଁ ବାସ୍‌କେଟରେ ଭର୍ତ୍ତି ହୋଇ ଯାଉଛି। ସେ ଖୁସି ହୋଇ ଯାଉଛି। ଏହାପରେ ଭାଇ ବି ଭଉଣୀ ଖୁସି ଦେଖି ତାକୁ ସ୍ନେହରେ ଚୁମ୍ବନଟିଏ ଦେଉଛି।

 

ସମ୍ବନ୍ଧିତ ଖବର