ଗବେଷଣାରୁ ଜଣାପଡ଼ିଲା: ଏଲ୍‌ଇଡିି ଲାଇଟ ବଢ଼ାଉଛି କର୍କଟ ଆଶଙ୍କା

ନୂଆଦିଲ୍ଲୀ : ଦିନକୁ ଦିନ କର୍କଟର ସମସ୍ୟା ଦୁନିଆରେ ବଢ଼ିବାରେ ଲାଗିଛି। ଲକ୍ଷାଧିକ ଲୋକଙ୍କର କର୍କଟ ଯୋଗୁଁ ଜୀବନ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାର ଅନେକ କାରଣ ରହିଛି। ଯେପରିକି, ଅବହେଳିତ ଖାଦ୍ୟପେୟ, ଧୂମପାନ ଓ ମଦ୍ୟପାନ ଇତ୍ୟାଦି । ତେବେ ଆପଣ ଜାଣିଛନ୍ତି କି ସାଧାରଣତଃ ସମସ୍ତ ସ୍ଥାନରେ ବ୍ୟବହାର ହେଉଥିବା ଏଲଇଡ଼ି ଲାଇଟ ହୋଇପାରେ କର୍କଟର କାରଣ । ନିକଟରେ ବ୍ରିଟେନ ଯୁନିଭରସିଟି ଏବଂ ବାର୍ସିଲୋନା ଇଷ୍ଟିଟ୍ୟୁଟ୍‌ ଫର ଗ୍ଲୋବାଲ ହେଲଥ୍‌ର ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଏଲଇଡିି ଲାଇଟ ଦ୍ୱାରା ସ୍ତନ ଏବଂ ମୂତ୍ରାଶୟଗ୍ରନ୍ଥି କର୍କଟ ହେବାର ଆଶଙ୍କା ବଢ଼ିଥାଏ।

punjabkesari

ଗବେଷଣା ଅନୁଯାୟୀ , ବ୍ୟବହୃତ ଏଲଇଡ଼ି ଲାଇଟ୍‌ରୁ ସବୁଜ ରଙ୍ଗର ଏକ ରଶ୍ମି ବାହାରିଥାଏ, ଯାହା ଶରୀରରେ ନିଦର ପରିମାଣକୁ ତ୍ୱରାନିତ କରିଥାଏ। ଫଳରେ ଶରୀରରେ ହରମୋନ ସ୍ତରରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଦ୍ୱାରା କର୍କଟର ଆଶଙ୍କା ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ରାତିରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାର ମୁଖ୍ୟ କାରଣ ହେଉଛି ରାତିରେ ବ୍ୟବହୃତ ହେଉଥିବା ଏଲଇଡ଼ି ଲାଇଟ । ୨୦ ରୁ ୮୫ ବଷ ର୍ ବୟସ ବିଶିଷ୍ଟ ୪୦୦୦ ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଏଲଇଡ଼ି ଲାଇଟ ଦ୍ୱାରା ବଢ଼ୁଥିବା କର୍କଟ ସମସ୍ୟା ପ୍ରମାଣିତ ହୋଇଥିଲା ।

ସମ୍ବନ୍ଧିତ ଖବର