ଯଦି ଏମିତି ପରିସ୍ଥିତି ଆସେ ତେବେ ଆପଣ କେଉଁ ଦୁଆର ଦେଇ ବାହାରକୁ ଯିବେ?

ଫଟୋଟି ଦେଖିବା ପରେ ଆପଣ ନିଜ ମସ୍ତିଷ୍କରେ ଜୋର୍‌ ପକାଇ ସାରିବେଣି ନିଶ୍ଚୟ। ଆଚ୍ଛା ଏହାକୁ ଏକ ପ୍ରଶ୍ନ ବୋଲି ଭାବିବା ଛାଡ଼ନ୍ତୁ। ସାଧାରଣ ଭାବେ ଭାବନ୍ତୁ କି ଯଦି ଏପରି ଏକ ପରିସ୍ଥିତି ଆସେ, ଆପଣ ଏକ ଗୃହରେ ବନ୍ଦି ହୋଇଯାଇଛନ୍ତି। ଆପଣଙ୍କୁ ବାହାରକୁ ଯିବାର ଅଛି। ମାତ୍ର ୩ଟି ଯାକ ଦୁଆରେ ଭିନ୍ନ ଭିନ୍ନ ବିପଦ। ତେବେ ଆପଣ କେଉଁ ଦୁଆରକୁ ପ୍ରଥମେ ଚୟନ କରିବେ। ଆପଣଙ୍କୁ କେଉଁ ଜିନିଷକୁ ଭୟ ଲାଗେ ନାହିଁ। ତିନୋଟି ଦୁଆରରେ ୩ଟି ଯାକ ବିପଦ ଆପଣଙ୍କୁ ଅପେକ୍ଷା କରି ରହିଛି।

ପ୍ରଥମ ଦୁଆର ସାମ୍ନାରେ ଟହ ଟହ ଜଳୁଥିବା ନିଆଁ। ସେ ଦୁଆର ସାମ୍ନାରେ ତ ଆପଣ ଯିବା ପାଇଁ କେବେ ବି ସାହସ କରିବେ ନାହିଁ।

ଦ୍ୱିତୀୟ ଦୁଅରରେ ଯଦି ଜଣେ ହତ୍ୟାକାରୀ ହାତରେ ବନ୍ଧୁକ ଧରି ଛିଡ଼ା ହୋଇ ଆପଣଙ୍କ ଆଡ଼େ ଦେଖୁଥିବ, ଆପଣ ସେପଟେ ଯାଇପାରିବେ କି?

ବାକି ରହିଲା ତୃତୀୟ ଦୁଆର। ତୃତୀୟ ଦୁଆର ସମ୍ମୁଖରେ ସିଂହ। ସିଂହଟି ୩ ବର୍ଷ ହେଲା ଉପାସରେ। ସିଂହକୁ ବା କିଏ ନ ଡରେ? ତାହା ପୁଣି ଭୋକିଲା। ଆପଣ ସେହି ଦୁଆର ଦେଇ ବାହାରକୁ ଯିବା ପାଇଁ ଚାହିଁବେ କି?

ଉତ୍ତର ଆପଣଙ୍କ ସାମ୍ନାରେ ଅଛି। ସିଂହ ୩ ବର୍ଷ ଉପାସରେ ରହି ବଞ୍ଚିଲା କିପରି? ସେ ଏକ ମୃତ ସିଂହ। ସେହି ଦୁଆର ପଟରେ ଆପଣ ବାହାରକୁ ବାହାରିବାରେ ଆଦୌ ବିପଦ ନାହିଁ।

ସମ୍ବନ୍ଧିତ ଖବର