ଘୋଡା ଦୌଡ଼ ସମୟରେ ରାସ୍ତାରେ ଖସି ପଡ଼ିଲା ୯ବର୍ଷର ବାଳକ, ବାଇକ୍ରେ ଯାଇ ଦୌଡୁଥିବା ଘୋଡା ଉପରେ ପୁଣି ବସିଲା: ଭିଡିଓ ଦେଖନ୍ତୁ
ନୂଆଦିଲ୍ଲୀ: ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ୯ବର୍ଷ ବାଳକର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ବାଳକଟି କୌଣସି ସୁରକ୍ଷିତ କବଚ ନପିନ୍ଧି ଦୌଡ଼ୁଥିବା ଘୋଡାର ସବାରୀ କରୁଛି ଏବଂ ରାସ୍ତାରେ ଖସି ପଡ଼ୁଛି। ଏହି ଭିଡିଓଟି ଏକ ଘୋଡା ଦୌଡ଼ ସମୟର ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପିଲାଟି ଘୋଡାକୁ ନେଇ ଘୋଡା ଦୌଡ଼ରେ ସାମିଲ ହୋଇଥିଲା। ତେବେ ଘୋଡାଟି ଦୌଡ଼ୁଥିବା ସମୟରେ ୯ବର୍ଷର ବାଳକଟି ହଠାତ ତଳେ ପଡ଼ି ଯାଇଥିଲା ଓ ଘୋଡା ଦୌଡ଼ି ପାଳାଇ ଥିଲା। ଏହାପରେ ପିଲାଟି ହାର ନମାନି ମୋଟରସାଇକେଲରେ ଯାଇ ଘୋଡା ପାଖରେ ପହଞ୍ଚି ପୁଣି ନିଜର ଦୌଡ଼ ଆରମ୍ଭ କରିଥିଲା। ତେବେ ଏହା କୌଣସି ସିନେମାର କାହାଣୀ ନୁହେଁ ବାସ୍ତବରେ ଏମିତି ଏକ ଘଟଣା ବେଙ୍ଗାଲୁରୁର କେରୁର ଗ୍ରାମର ଚିକ୍କୋଡିରେ ଘଟିଛି।
ତେବେ ତଳେ ଦିଆଯାଇଥିବା ଭିଡିଓରେ ଆପଣ ପୂରା ଘଟଣା ବିଷୟରେ ଜାଣି ପାରିବେ। ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ପଛରେ ସିନେମା ‘ବାହୁବଳୀ’ର ଗୀତ ଛନ୍ଦା ହୋଇଛି।
A nine-year-old boy, riding a galloping horse, fell off from it during a race. However, he immediately stood up and soon caught up with the still running horse by riding pillion on a bike that was following the animal. pic.twitter.com/1OD2DQq8D6
— Kiran Parashar (@KiranParashar21) 17 March 2019