୧୪୦୦ କିଲୋର ବିଶାଳ ଗାଈ ପରେ ଏବେ ସାମ୍ନାକୁ ଆସିଛି ଦୁନିଆର ସବୁଠୁ ବଡ଼ କୁକୁଡା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଦୁନିଆର ସବୁଠୁ ବଡ଼ ଗାଈକୁ ଦେଖବାକୁ ମିଳିଥିଲା । ଏବେ ସବୁଠୁ ବଡ଼ କୁକୁଡା ସୋସିଆଲ ମିଡିଆରେ ଚହଳ ପକାଉଛି, ଏହି କୁକୁଡାର ନାମ ହେଉଛି ମରକଲି। ଏହି କୁକୁଡାକୁ ୟୁରୋପର ଏକ ପୋଲ୍ଟ୍ରି ଫାର୍ମରେ ଠାବ କରାଯାଇଛି । ଏହାର ଲମ୍ବ ୩ ଫୁଟ୍ ହେଇଥିବା ବେଳେ ଓଜନ ୭.୭ କେଜି । ବର୍ତ୍ତମାନ ମରକଲିକୁ ଦୁନିଆର ସବୁଠୁ ବଡ କୁକୁଡା ବୋଲି ମାନ୍ୟତା ଦିଆଯାଇଛି । କୁକୁଡା ମାଲିକଙ୍କ କହିବା ଅନୁଯାୟୀ, ସେ ଏବେ ଦୁଇଟି କୁକୁଡାଙ୍କ ସହ ରହୁଛି ଓ ତାର ବହୁତ ଭଲ ଭାବରେ ଯତ୍ନ ନିଆଯାଉଛି । ଏହି ପ୍ରଜାତିର କୁକୁଡା ବ୍ରହ୍ମା ଚିକେନ୍ ନାମରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ସାଧାରଣରେ କୁକୁଡାର ଓଜନ ୫.୫ କେଜି ହୋଇଥାଏ କିନ୍ତୁ ଏହି କୁକୁଡାର ଓଜନ ତା’ଠାରୁ ବି ଅଧିକ ଅଟେ । ପ୍ରଥମେ ଲୋକେ ଏହି ଫଟୋ ଓ ଭିଡିଓକୁ ମିଛ ବୋଲି ଭାବୁଥିଲେ କିନ୍ତୁ ପରେ ଯେତେ ବେଳେ ଲୋକଙ୍କ ସାମ୍ନାକୁ ଏହି କୁକୁଡାର ସତ୍ୟତା ଆସିଲା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଦେଖନ୍ତୁ ଏହି କୁକୁଡାର ଭିଡିଓ…

ସମ୍ବନ୍ଧିତ ଖବର