ଦେଶରେ ପ୍ରାୟ ୧୧ ଲକ୍ଷ ପାନ କାର୍ଡ ବନ୍ଦ କରିଦିଆଯାଇଛି ବୋଲି ଖବର ଶୁଣି ଲୋକଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଛି। ତେବେ ଆପଣଙ୍କ ପାନ କାର୍ଡ ଆକ୍ଟିଭ ଅଛି କି ନାହିଁ ଘରେ ବସି ଜାଣନ୍ତୁ ଏହି ଖବରର ସତ୍ୟତା ବିଷୟରେ।
Sambad is now on WhatsApp
Join and get latest news updates delivered to you via WhatsApp
(୧) ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ୱେବସାଇଟ incometaxindiaefiling.gov.in ଯାଆନ୍ତୁ। ତା’ପରେ ୱେବସାଇଟ ଭିତରେ ଥିବା ଅପ୍ସନ KNOW YOUR PANକୁ କ୍ଲିକ କରନ୍ତୁ।
(୨) କ୍ଲିକ କରିବା ପରେ ଏକ ନୂଆ ୱିଣ୍ଡୋ ଖୋଲିବ। ସେଥିରେ ଗୋଟିଏ ଫର୍ମ ବାହାରିବ। ଏହାବାଦ୍ ପାନ କାର୍ଡ ଅନୁସାରେ ନିଜର ସମସ୍ତ ତଥ୍ୟ ଯେପରିକି ନାଁ, ସରନେମ ଇତ୍ୟାଦି ଦେଇ ପୂରଣ କରନ୍ତୁ।
(୩) ପାନ କାର୍ଡରେ ନିଜର ଜନ୍ମ ତାରିଖ ଲେଖନ୍ତୁ। ଫର୍ମରେ ଦେଖାଯାଉଥିବା ସ୍ତମ୍ଭରେ ମୋବାଇଲ ନମ୍ବର ଟିପି ସବମିଟ କରନ୍ତୁ।
(୪)ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ। ସେହି କୋର୍ଡକୁ ଫର୍ମରେ ଟିପି ସବମିଟ ବଟନ କ୍ଲିକ କରନ୍ତୁ।
(୫) ଏବେ ଆପଣଙ୍କ ସାମନାରେ ଏକ ନୂଆ ପେଜ ଖୋଲିବ। ସେଠି ରିମାର୍କ ନାମରେ ଗୋଟେ ସ୍ତମ୍ଭ ଦେଖାଯିବ। ସେଥିରେ ଆପଣଙ୍କ ପାନ କାର୍ଡର ଷ୍ଟାଟସ ଲେଖା ଥିବ। ସେଥିରେ ଯଦି ଆକ୍ଟିଭ ଲେଖା ଥିବା, ତେବେ ଆପଣଙ୍କ କାର୍ଡ ଆକ୍ଟିଭ ଅଛି ନହେଲେ ଆପଣଙ୍କ କାର୍ଡ ବନ୍ଦ ହୋଇଯାଇଛି ବୋଲି ଜାଣିବେ।