ପୁଅର ଓପନ୍‌ ହାର୍ଟ ସର୍ଜରି ପରେ ଛାତିରେ ରହିଥିଲା ଚିହ୍ନ, ପିତା ନିଜ ଛାତିରେ ବି ଆଙ୍କିଲେ ସେଭଳି ଟାଟୁ

ଲଣ୍ଡନ: ବାପା ନିଜ ପୁଅର ଇଚ୍ଛାକୁ ପୂରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଆନ୍ତି। ଛଅ ବର୍ଷର ଶିଶୁର ଜୀବନ ବଞ୍ଚାଇବା ପାଇଁ ନିକଟରେ ତାହାର ଓପନ୍‌ ହାର୍ଟ ସର୍ଜରି କରାଯାଇଥିଲା। ଏହି ସର୍ଜରି ପରେ ଶିଶୁର ଛାତିରେ ଛଅ ଇଞ୍ଚର ସିଲେଇ ଚିହ୍ନ ରହିଯାଇଥିଲା। ଶିଶୁଟି ନିଜ ଛାତିକୁ ଦେଖି ସବୁବେଳେ ଅସ୍ୱଭାବିକ ଅନୁଭବ କରୁଥିଲା। ଏଥିପାଇଁ ପିତା ନିଜ ଛାତିରେ ପୁଅ ଛାତିରେ ଯେମିତି ସିଲେଇ ଚିହ୍ନ ପଡ଼ିଥିଲା ସେମିତି ଟାଟୁ ଆଙ୍କିଥିଲେ।

ମାର୍ଟିନ୍‌ଙ୍କ କହିବାନୁସାରେ, ସେ ନିଜ ଛାତିରେ ପୁଅର ସର୍ଜରି ପରେ ପଡ଼ିଥିବା ଚିହ୍ନ ଭଳି ଟାଟୁ ଆଙ୍କିବା ପାଇଁ ନିଷ୍ପତ୍ତି ନେଇଥିଲେ। କାରଣ ପୁଅ ତାଙ୍କ ଛାତିରେ ସେଭଳି ଚିହ୍ନ ଦେଖି ଆଉ ଅସ୍ୱଭାବିକ ଅନୁଭବ କରିବ ନାହିଁ। ଜୋଇର ଭାଇକୁ ବି ଏଭଳି ପ୍ରକାର ହୃଦୟ ରୋଗ ଅଛି। ଯାହାକୁ ସୁପରଭାଲୁଲର ଆଓର୍ଟିକ ଷ୍ଟେନୋସିସ୍‌ କୁହାଯାଇଥାଏ। ଏହି ରୋଗ ସମଗ୍ର ଦୁନିଆରେ ୨୦,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ।

ସମ୍ବନ୍ଧିତ ଖବର