ଶ୍ୱାସ କୋପରୁ ରକ୍ଷା ପାଇବାର କିଛି ଘରୋଇ ଉପଚାର

ନୂଆଦିଲ୍ଲୀ: ଶ୍ୱାସ ହେଉଛି ନିଶ୍ୱାସ ସମ୍ବନ୍ଧିୟ ଏକ ଜଟିଳ ସମସ୍ୟା । ତେବେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ହେତୁ ଦେଶରେ ଶ୍ୱାସ ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି କିଛି ବ୍ୟକ୍ତି ଶ୍ୱାସ ପାଇଁ ଦୈନିକ ଔଷଧ ମଧ୍ୟ ଗ୍ରହଣ କରୁଛନ୍ତି । ଆଜି ବିଶ୍ୱ ଶ୍ୱାସ ଦିବସରେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଏହାର ସମ୍ବନ୍ଧୀୟ କିଛି ଘରୋଇ ଉପଚାର।

methodsman.com

ଶ୍ୱାସର ଲକ୍ଷଣ :

-ଅଧିକ ଦିନ ପର୍ଯ୍ୟନ୍ତ ଶୁଖିଲା କାଶ କିମ୍ବା କଫ ସହ କାଶ ହେବା ।
-ନିଶ୍ୱାସ ନେବାରେ ଅସୁବିଧା ହେବା ସହ ନିଶ୍ୱାସ ନେବା ସମୟରେ ଶବ୍ଦ ହେବା ।
-ଥଣ୍ଡା ସ୍ଥାନରେ ନିଶ୍ୱାସ ନେବାରେ ଅସୁବିଧା। ଟିକେ ଚଲାବୁଲା କରିବା ଦ୍ୱାରା ଧଇଁସଇଁ ଲାଗିବା ।
-ବ୍ୟୟାମ କିମ୍ବା କସରତ ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହେବା ।
ଶ୍ୱାସ ଦୂର କରିବା ଲାଗି ଘରୋଇ ଉପଚାର :

HowRid

-ସାଧାରଣ ଭାବେ ସମସ୍ତ ଘରେ ରହିଥିବା ଅଦା ଦ୍ୱାରା ଶ୍ୱାସ ସମସ୍ୟାରୁ ରକ୍ଷା ମିଳିପାରିବ । ଅଦାର ଚା’ ପ୍ରସ୍ତୁତ କରିବା ସହ ଏଥିରେ ଦୁଇ କୋଲା ରସୁଣକୁ କାଟି ମିଶାଇ ସକାଳେ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହା ଦ୍ୱାରା ଶ୍ୱାସ ସମସ୍ୟା କିଛି ମାତ୍ରାରେ ଉପଶମ ହେବ ।
-ଶ୍ୱାସରୁ ରକ୍ଷା ପାଇବା ପାଇଁ ୫ କୋଲା ରସୁଣକୁ ୩୦ ମିଲି କ୍ଷୀରରେ ଅଳ୍ପ ଫୁଟାନ୍ତୁ । ଏହାକୁ ଦୈନିକ ଥରେ ସେବନ କରନ୍ତୁ ।
-ଶ୍ୱାସ ପାଇଁ ଘରେ ପ୍ରସ୍ତୁତ କାଢ଼ା ମଧ୍ୟ ବହୁ ଉପକାରୀ । ଏହାକୁ ପ୍ରସ୍ତୁତ କରିବା ପାଇଁ ୧୨୫ ମିଲି ପାଣିରେ ୪-୫ଟି ଲବଙ୍ଗ ପକାଇ ୫ ମିନିଟ ଫୁଟାନ୍ତୁ । ଏହାକୁ ଛାଣି ମହୁ ମିଶ୍ରଣ କରି ଦୈନିକ ୩-୪ ଥରସେବନ କରନ୍ତୁ । ଦେଖିବେ ଶ୍ୱାସରୁ ବହୁ ମାତ୍ରାରେ ରକ୍ଷା ମିଳିବ ।

ସମ୍ବନ୍ଧିତ ଖବର