ଫୋପାଡି ଦିଆଯାଉଥିବା ଅଣ୍ଡା ଖୋଳକୁ ବ୍ୟବହାର କରି ଛତିଶଗଡର ଜଣେ ମହିଳା ପ୍ରତିବର୍ଷ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା!

ଅଣ୍ଡା ଖାଇବା ପରେ ସାଧାରଣତଃ ଆମେ ଖୋଳକୁ ଫୋପାଡି ଦେଇଥାଉ। କାରଣ ଅଣ୍ଡା ଖୋଳ କୌଣସି କାମରେ ଆସିନଥାଏ। କିନ୍ତୁ ଛତିଶଗଡର ଜଣେ ମହିଳା ଫୋପାଡି ଦିଆଯାଉଥିବା ଅଣ୍ଡା ଖୋଳରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଅଣ୍ଡା ଖୋଳରୁ ହୋଇପାରୁଛି ରୋଜଗାର।

ଛତିଶଗଡର ଜଣେ ମହିଳା ଫୋପାଡି ଦିଆଯାଉଥିବା ଅଣ୍ଡା ଖୋଳକୁ ସଂଗ୍ରହ କରି ଖତରେ ପରିଣତ କରୁଛନ୍ତି। ଏହି ଖତ ଚାଷ କାର୍ଯ୍ୟରେ ବେଶ ଉପଯୋଗୀ ହୋଇଥିବାରୁ ଏହାକୁ ପ୍ରତିବର୍ଷ ଲୋକମାନେ ବହୁମାତ୍ରାରେ କିଣିଥାନ୍ତି । ଅଣ୍ଡାରେ ତିଆରି ଏହି ଖତକୁ ବିକ୍ରି କରି ଛତିଶଗଡର ଏହି ମହିଳା ବେଶ ଲାଭବାନ ହୋଇପାରୁଛନ୍ତି।

photo by : AajTak

କିପରି ହୁଏ ଅଣ୍ଡା ଖୋଳର ପ୍ରୟୋଗ ?

ଯେତେବେଳେ ଲୋକମାନେ ଅଣ୍ଡା ଖୋଳକୁ ବାହାରେ ଫୋପାଡି ଦେଉଥିଲେ ସେତେବେଳେ ଏହି ମହିଳା ଜଣକ ଅଣ୍ଡା ଖୋଳକୁ ନବିକରଣ କରିବା ପାଇଁ ଇଛା ପ୍ରକାଶ କରିଥିଲେ। ଆଉ ଏବେ ଏହି ମହିଳା ଅଣ୍ଡା ଖୋଳରୁ କ୍ୟାଲସିୟମ ପାଉଡର ଏବଂ ଖତ ତିଆରି କରିପାରୁଛନ୍ତି। ଅଣ୍ଡା ଖୋଳରେ ତିଆରି ଏହି ପାଉଡର କୁକୁଡାଙ୍କ ଖାଦ୍ୟରେ ମିଶ୍ରଣ କରାଯାଉଛି। ଏଥିରେ ଭରପୁର କ୍ୟାଲସିୟମ ଥିବାରୁ କୁକୁଡା ଏହାକୁ ଖାଇ ସୁସ୍ଥସବଳ ରହିବା ସହ ଅଧିକ ଅଣ୍ଡା ମଧ୍ୟ ଦେଉଛନ୍ତି। ଏହିଭଳି ଭାବେ ଅଣ୍ଡା ଖୋଳକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।

ସମ୍ବନ୍ଧିତ ଖବର