ଆସନ୍ତୁ ଜାଣିବା, ଟ୍ରେନ୍‌ ଟିକେଟରେ ଲେଖାଯାଇଥିବା ଏହି ଶଦ୍ଦର ଅର୍ଥ !

ଟ୍ରେନ ଟିକେଟ ବୁକ କରିବା ସମୟରେ କିଛି ସର୍ଟକଟ ଶଦ୍ଦ ଉପରେ ଆପଣଙ୍କର ଆଖି ନିଶ୍ଚୟ ପଡିଥିବ। କିନ୍ତୁ ଏହାକୁ ଅର୍ଥ ବିନା ଜାଣି ଆମେ ଏହା ଉପରେ କ୍ଲିକ କରିଦେଇଥାଉ। ଏଭଳି ପରିସ୍ଥିତିରେ ସମସ୍ୟା କେବଳ ଏତିକି ହୋଇଥାଏ କି, ଏସଂପର୍କରେ ଜ୍ଞାନ ନଥିବା କାରଣରୁ ହିଁ ଟିକେଟଟି ବୁକ ହୋଇଛି କି ନାହିଁ , ଏନେଇ ଆମେ ଚିନ୍ତାରେ ପଡିଯାଇଥାଉ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସର୍ଟକଟ ଶଦ୍ଦର ଅର୍ଥ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ।

WL- ଆପଣଙ୍କର ସିଟ କନଫର୍ମ ନୁହେଁ। ୱେଟିଂ ଲିଷ୍ଟ ଅଧିକ ନଥିଲେ, ଟିକେଟ କନଫର୍ମ ହୋଇଥାଏ। ସିଟ୍‌ ନମ୍ବର ଜର୍ଣ୍ଣିଂ ଡେଟକୁ ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ହିଁ ମିଳିଯାଇଥାଏ।

GNWL- ଜେନେରାଲ ୱେଟିଂ ଲିଷ୍ଟ। ଯାହାର ଅର୍ଥ ଏହା ହେଲା, ଆପଣ ଯେଉଁ ଟ୍ରେନର ଟିକେଟ ନେଇଛନ୍ତି, ସେହି ଟ୍ରେନ ସେହି ଷ୍ଟେସନ କିମ୍ବା ଆଖପାଖ ଷ୍ଟେସନରୁ ପ୍ରସ୍ତୁତ ହୋଇ ଖୋଲିଥାଏ। ଏଥିରେ ଟିକେଟ କନଫର୍ମ ହେବାର ଆଶଙ୍କା ଅଧିକ ରହିଥାଏ।

RLWL- ରିମୋଟ ଲୋକେସନ ୱେଟିଂ ଲିଷ୍ଟ, ଦୁଇ ବଡ ବଡ ଷ୍ଟେସନ ମଧ୍ୟରେ, ଯେଉଁଠି ଅଧିକ ଟ୍ରେନ ଆସି ନଥାଏ ତେବେ ଏଭଳି ପ୍ରକାରର ଟିକେଟ ମିଳିଥାଏ। ଏଭଳି ଟିକେଟ କନଫର୍ମ ହେବାର ଆଶଙ୍କା ଅଧିକ ରହିଥାଏ।

PQWL- ଛୋଟ ଷ୍ଟେସନରେ କୋଟାରେ ଦିଆଯାଇଥିବା ସିଟକୁ ଆଧାର କରି ଟିକେଟ ପ୍ରଦାନ କରାଯାଇଥାଏ। ଏଥିରେ ବି ଟିକେଟ କନଫର୍ମ ହେବାର ଅଧିକ ସମ୍ଭାବନା ରହିଛି ।

PQWL/REGRET- ଏହାର ଅର୍ଥ, ଟ୍ରେନରେ ସିଟ୍‌ ଖାଲି ନାହିଁ ଏବଂ ଆପଣଙ୍କୁ ଏବେ ଟିକେଟ ମିଳିପାରିବ ନାହିଁ।

RAC- ଏହାର ଅର୍ଥ ହେଲା ଆପଣ ଏଥିରେ ଖାଲି ବସି ହିଁ ଯାତ୍ରା କରିପାରିବେ। ଆପଣଙ୍କୁ କେବଳ ବସିବାକୁ ଜାଗା ମିଳିବ। ଶୋଇ ପାରିବେ ନାହିଁ। ଅର୍ଥାତ୍‌ ଆପଣ ଅଧା ସିଟର ହକଦାର ଅଟନ୍ତି।

CNF- ଏହାର ଅର୍ଥ, ଆପଣଙ୍କର ସିଟ୍‌ ପୂରା କନଫର୍ମ । ଆପଣଙ୍କୁ ବଗି ନମ୍ବର, ସିଟ ନମ୍ବର, ପିଏନଆର ନମ୍ବର ଟିକେଟରେ ନଜର ଆସିବ।

ସମ୍ବନ୍ଧିତ ଖବର