ଏଣିକି ସୋସିଆଲ ମିଡିଆର ବ୍ୟବହାର ଉପରେ ଦେବାକୁ ପଡିବ ଟ୍ୟାକ୍ସ !

ୟୁଗାଣ୍ଡାରେ ଏକ ବିବାଦୀୟ ଆଇନ୍‌ ପାସ୍‌ ହୋଇଛି। ଏହା ଅଧିନରେ ସୋସିଆଲ ମିଡିଆର ବ୍ୟବହାର ଉପରେ ଏଣିକି ଲୋକଙ୍କୁ ଟ୍ୟାକ୍ସ ଦେବାକୁ ପଡିବ। ଏବେ ସେଠାକାର ନାଗରିକଙ୍କୁ ଫେସବୁକ୍‌, ହ୍‌ୱାଟସଆପ୍‌, ୱାଇବର ଏବଂ ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ପାଇଁ ପ୍ରତିଦିନ ୩ ଟଙ୍କା ୩୬ ପଇସା ଦେବାକୁ ପଡିବ। ଦେଶର ରାଷ୍ଟ୍ରପତି ୟୋବେରୀ ମୁସେବେନିଙ୍କ କହିବାନୁସାରେ, ସୋସିଆଲ ମିଡିଆ ଫାଲତୁ କଥାବାର୍ତ୍ତା ଓ ଗୁଜବକୁ ପ୍ରୋସାହିତ କରେ । ଏହି ଆଇନ୍‌ ଏଥିପାଇଁ ଲାଗୁ କରାଯାଉଛି ଯେ, ସୋସିଆଲ ମିଡିଆରେ ଗପସପ ଏବଂ ଗୁଜବକୁ ରୋକାଯାଇପାରିବ।

ୟୁଗାଣ୍ଡାର ସଂସଦ ଏହି ଆଇନକୁ ପାରିତ କରିଛନ୍ତି। ଏହି ସୋସିଆଲ ମିଡିଆକୁ ଉପଯୋଗ କରୁଥିବା ଲୋକଙ୍କ ଉପରେ ପ୍ରତ୍ୟେକ ଦିନ ୨୦୦ ସିଲିଙ୍ଗ(୦.୦୫ ଡଲାର) ଦରରେ ଟ୍ୟାକ୍ସ ଲାଗିବ। ଏହି ଟ୍ୟାକ୍ସ ୧ ଜୁଲାଇରୁ ପ୍ରଭାବକୁ ଆସିବ। ଏହି ଆଇନ୍‌ ୧ ଜୁଲାଇରୁ ଲାଗୁ ହେବ। ମୋବାଇଲରେ ଟଙ୍କା ନେଣଦେଣରେ ୧ ପ୍ରତିଶତ ଟ୍ୟାକ୍ସ ଲାଗିବ। ଏହା ସହିତ ଦେଶର ଋଣ ପରିଶୋଧ କରିବାରେ ବି ସହାୟତା ମିଳିବ। ୟୁଗାଣ୍ଡାର ରାଷ୍ଟ୍ରପତିଙ୍କ ହିସାବରେ ଏହି ଟ୍ୟାକ୍ସ ବହୁତ କମ୍‌ ଓ ଲୋକଙ୍କ ଉପରେ ଏହାର ଭାର ପଡିବନି।

ସମ୍ବନ୍ଧିତ ଖବର