ଜନ୍ମ ହେବା ପରେ ନବଜାତକ ବଞ୍ଚିବ ନାହିଁ ବୋଲି ଜାଣି ମଧ୍ୟ ଏହି କାରଣ ପାଇଁ ଜନ୍ମଦେଲେ ମହିଳା, ସମସ୍ତେ କରୁଛନ୍ତି ସଲାମ…
ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଜନୈକା ୨୩ ବର୍ଷୀୟା କ୍ରିଷ୍ଟା ଡେବିସ୍ଙ୍କ କାହାଣୀ ଶୁଣିବା ପରେ ଆପଣମାନେ ତାଙ୍କୁ ସଲାମ ନ କରି ରହି ପାରିବେ ନାହିଁ । କାରଣ ଗର୍ଭବତୀ ଥିବା କ୍ରିଷ୍ଟା ଜାଣିଥିଲେ କି, ଯେଉଁ ଶିଶୁକୁ ସେ ଜନ୍ମ ଦେବା ପାଇଁ ଯାଉଛନ୍ତି, ସେ କେବଳ ମାତ୍ର ୩୦ମିନିଟ୍ ପର୍ଯ୍ୟନ୍ତ ବଞ୍ଚି ପାରିବ । କିନ୍ତୁ ସବୁ ଜାଣି ବି ସେ ନିଜ ଶିଶୁକୁ ଏ ଦୁନିଆକୁ ଆଣିଥିଲେ । କାରଣ ସେ ଶିଶୁର ଅଙ୍ଗଦାନ କରିବାକୁ ଚାହୁଁଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୧୮ସପ୍ତାହର ଗର୍ଭବତୀ ଥିବା ବେଳେ ପେଟରେ ଥିବା ଶିଶୁଟି ଜନ୍ମ ହେବା ପରେ ବଞ୍ଚି ପାରିବ ନାହିଁ ବୋଲି ଡ଼ାକ୍ତର ଜଣାଇଥିଲେ । କାରଣ ଶିଶୁକୁ ଅନେନ୍ଦେଫଲୀ ନାମକ ଏକ ଦୂରାରୋଗ୍ୟ ରୋଗ ହୋଇ ସାରିଥିଲା । ଏହି ରୋଗ ହେଲେ ଶିଶୁର ମସ୍ତିଷ୍କ ବା ଖପୁରୀ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇ ପାରି ନଥାଏ । ଏହା ସୂଚନା ଡ଼ାକ୍ତର କ୍ରିଷ୍ଟା ଏବଂ ତାଙ୍କ ସ୍ୱାମୀଙ୍କୁ ଦେବା ସହ ଦୁଇଟି ବିକଳ୍ପ ଦେଇଥିଲେ । ଗର୍ଭପାତ କରାଇ ନିଅ ନହେଲେ ଶିଶୁକୁ ଜନ୍ମ ଦେଇ ତାହାର ଅଙ୍ଗଦାନ କର ବୋଲି ଡ଼ାକ୍ତର କହିବା ପରେ କ୍ରିଷ୍ଟା ଦ୍ୱିତୀୟ ବିକଳ୍ପ ବାଛିଥିଲେ । ଅଙ୍ଗଦାନ କରି ସେ ଅନ୍ୟ ଶିଶୁର ଜୀବନ ବଞ୍ଚାଇ ପାରିବା ସହ ସେମାନଙ୍କ ମାତା-ପିତାଙ୍କୁ ଖୁସି କରାଇ ପାରିବେ ବୋଲି ଭାବି କ୍ରିଷ୍ଟା ନିଜ ଶିଶୁକୁ ଜନ୍ମ ଦେଇଥିଲେ । ଯାହା ପରେ ଶିଶୁର ଅଙ୍ଗଦାନ କରାଯାଇଥିଲା ।