ପରିବର୍ତ୍ତନ ପଥେ ଡାକ୍ତରଙ୍କ ସହାୟତା ବିନା ପିଲା ଜନ୍ମ କରୁଥିବା ଉତ୍ତରାଖଣ୍ଡ ମହିଳା

ଉତ୍ତରାଖଣ୍ଡ ଅନ୍ତର୍ଗତ ଟନ୍‌ସ୍‌ ଉପତ୍ୟକାରେ ରହିଛି ୩୬ ଖଣ୍ଡ ଗାଁ। ସେ ଗାଁ’ରେ ୨୦ ହଜାର ଲୋକଙ୍କ ଘରଦ୍ୱାର।

ଉପତ୍ୟକାଠାରୁ ନିକଟତମ ଡାକ୍ତରଖାନା ୧୭୦ କିଲୋମିଟର୍‌ ଦୂର ଉତ୍ତରକାଶୀରେ ନଚେତ ୨୦୦ କିଲୋମିଟର୍‌ ଦୂର ଡେରାଡୁନ୍‌ରେ ଅବସ୍ଥିତ। ସେଠାକାର ଶତକଡ଼ା ୬୦ ଭାଗ ଗାଁ’ର ରାସ୍ତା ନାହିଁ।

ଏହି କାରଣରୁ କୌଣସି ପ୍ରକାର ଡାକ୍ତରୀ ସହାୟତା ବିନା ଉପତ୍ୟକାର ପ୍ରାୟ ସମସ୍ତ ମହିଳା ନିଜ ଘରେ, ବିଲ କିଂବା ବଣରେ ପିଲା ଜନ୍ମ କରାଇବାକୁ ବାଧ୍ୟ ହୁଅନ୍ତି।

କୌଣସି ତାଲିମ୍‌ପ୍ରାପ୍ତ ଧାଇ ମଧ୍ୟ ନାହାନ୍ତି:
ସେମିତି ଦଶା ଭୋଗିଛନ୍ତି କଳପ ଗ୍ରାମବାସିନୀ ବ୍ରେସ୍‌ଓ୍ଵାତି। ଦିନେ ଭୋର୍‌ରେ ବିଲରେ ଥିବାବେଳେ ତାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ସେ ଏବଂ ତାଙ୍କ ସ୍ୱାମୀ ସ୍ଥିର କଲେ ଡାକ୍ତରଖାନା ଯିବା ନିମନ୍ତେ। ସେତେବେଳେ ନଈ ବଢ଼ିଥିଲା। ବ୍ରେସ୍‌ଓ୍ଵତି ଅବସ୍ଥା ଭଲ ନ ଥିବା ଯୋଗୁଁ ସେ ନଈ ପାରି ହେବାରେ ଅସମର୍ଥା ହୋଇଥିଲେ।
ସ୍ୱାମୀ ସାହାଯ୍ୟ ନେଇ ଫେରିବା ପୂର୍ବରୁ ସେ ପୁଅଟିଏ ଜନ୍ମ କରିଥିଲେ। ‘‘ସ୍ୱାସ୍ଥ୍ୟ ସେବା କ’ଣ? ଏଠି କିଛି ନାହିଁ। କୌଣସି ଔଷଧ ନାହିଁ। ଆମେ ଏମିତି ଜନ୍ମ କରୁ ବୋଲି ସେ କହନ୍ତି। ଏମିତି କେତେ ମହିଳାଙ୍କର ଜୀବନ ମଧ୍ୟ ଯାଇଛି।

 

Photo Courtesy of The Better India

୨୦୧୪ରେ ଆନନ୍ଦ ଶଙ୍କର କଳପ ଟ୍ରଷ୍ଟ ଆରମ୍ଭ କଲେ। ସେ ଥିଲେ ତା’ର ପ୍ରତିଷ୍ଠାତା। ଏହି ଟ୍ରଷ୍ଟ୍‍ ଜରିଆରେ ଏହି ଅଞ୍ଚଳର କିଛି ମୌଳିକ ବିକାଶ ସମସ୍ୟା ସମାଧାନ କରିବାକୁ ସେ ଚାହୁଁଥିଲେ। ସେ ଅନୁଭବ କରିଥିବା ବଡ଼ ସମସ୍ୟାଟି ଥିଲା ସ୍ୱାସ୍ଥ୍ୟସେବା ନ ମିଳିବା।
ଉତ୍ତରାଖଣ୍ଡରେ ସରକାରୀ ଡାକ୍ତରଙ୍କ ଅଭାବ ସଙ୍କଟଜନକ। ସରକାରଙ୍କ ଦ୍ୱାରା ଅନୁମୋଦିତ ୨୪୦୦ ଡାକ୍ତରଙ୍କ ମଧ୍ୟରୁ ୭୦୦ରୁ କିଛି ଅଧିକ ଡାକ୍ତର ଚାକିରି କରୁଛନ୍ତି। ଦୂରାନ୍ତ ପାର୍ବତ୍ୟାଞ୍ଚଳରେ ଏହା ଏକ କରୁଣ ବ୍ୟାପାର। ବିନା ଡାକ୍ତରରେ ସମଗ୍ର ବଂଶ ବଞ୍ଚିଛନ୍ତି ଏବଂ ବଞ୍ଚୁଛନ୍ତି ବୋଲି ଆନନ୍ଦ କହନ୍ତି।

ଟ୍ରଷ୍ଟ୍‌ ଆୟୋଜନ କରୁଛି ପାଇଲଟ୍‌ ମେଡିକାଲ୍‌ କ୍ୟାମ୍ପ୍‌ ଏବଂ କ୍ଲିନିକ୍‌:
କିନ୍ତୁ, ଏକ ସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନା କରି ପାରିବେ କି ବୋଲି ସେମାନେ ଜନସମୁଦାୟଙ୍କୁ ପଚାରିଥିଲେ। ଏ ପ୍ରସ୍ଥାବକୁ ଉତ୍ସାହ ଦେବାକୁ ନିଷ୍ପତ୍ତି ନେବା ସହ ଏଥି ନିମନ୍ତେ କ’ଣ କରାଯାଇ ପାରିବ ବୋଲି ଆନନ୍ଦ ବିଚାର କଲେ। ସମଗ୍ର ଉପର ଟନ୍‌ ଉପତ୍ୟକାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଏମିତି ସେମାନେ ସ୍ଥିର କଲେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବାକୁ।

ନିର୍ମାଣ ହେବାକୁ ଯାଉଥିବା ଡାକ୍ତରଖାନାର ନାଁ ରହିବ କଳପ ଟ୍ରଷ୍ଟ୍‍ କମ୍ୟୁନିଟି ହସ୍‌ପିଟାଲ। ରାଜ୍ୟର ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ କୋଟ୍‌ଗାଓଁ ଗ୍ରାମରେ ତାହା ଅବସ୍ଥିତ ହେବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ବର୍ହିବିଭାଗ ରୋଗୀଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ସେବା ଯୋଗାଇବା ସହ ଦୂରାନ୍ତର ଗ୍ରାମଗୁଡ଼ିକରେ ଡାଇଗ୍ନୋଷ୍ଟିକ୍‌ ସର୍ଭିସ ଓ ପାରାମେଡିକ୍‌ ସର୍ଭିସ ଯୋଗାଇ ଦେବ।

ଡାକ୍ତରଖାନା ଚଳାଇବାକୁ ଏ ପର୍ଯ୍ୟନ୍ତ ଟ୍ରଷ୍ଟ୍‍ ଏକ କୋଠାଘରକୁ ଲିଜ୍‌ରେ ନେଇଛି। ଗ୍ରାମବାସୀଙ୍କ ନିମନ୍ତେ ଡାକ୍ତରଖାନାକୁ ପୂର୍ଣ୍ଣ ପରିଚାଳନା ପାଇଁ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ କରିବାକୁ ଟ୍ରଷ୍ଟ୍‍ ଅର୍ଥ ଯୋଗାଡ଼ କରୁଛି। ଭିତ୍ତିଭୂମି ଏବଂ ଭଡ଼ା ବାବଦ ଅର୍ଥ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର