ଆପଣଙ୍କ ନାମ ତ ଆମକୁ ଜଣାନାହିଁ, ମାତ୍ର ନାମର ପ୍ରଥମ ଅକ୍ଷର ଆମେ ନିଶ୍ଚୟ କହିଦେବୁ

ପ୍ରତିଥର ପରି ଟିକିଏ ମନୋରଞ୍ଜନ ଓ ଟିକିଏ ବୁଦ୍ଧି ତେଜ୍‌ କରିବା ପାଇଁ ଆଜି ଆପଣଙ୍କ ସାମ୍ନାରେ ଆଉ ଏକ ପଜଲ୍‌ ଦିଆଯାଇଛି। ଏହି ପଜଲ୍‌ ଜରିଆରେ ଆମେ ଆପଣଙ୍କୁ ଆପଣଙ୍କ ନାମର ପ୍ରଥମ ଅକ୍ଷର କହିପାରିବୁ। ନିଜେ ହିଁ ପରୀକ୍ଷା କରି ଦେଖି ନିଅନ୍ତୁ।

ଆପଣଙ୍କ ସାମ୍ନାରେ ଏକ ଚାର୍ଟ ଦିଆଯାଇଛି। ସେହି ଚାର୍ଟରେ ଆପଣଙ୍କ ନାମର ପ୍ରଥମ ଅକ୍ଷରରେ ଯେଉଁ ସଂଖ୍ୟା ରହିଛି ତାହାକୁ ନିଅନ୍ତୁ। ତା’ପରେ ସେହି ସଂଖ୍ୟାରେ ୧୦ ମିଶାନ୍ତୁ। ଫଳାଫଳକୁ ୩ ଦ୍ୱାରା ବିଭକ୍ତ କରନ୍ତୁ। ଏବେ ନୂଆ ଫଳାଫଳର ବର୍ଗମୂଳ କାଢ଼ନ୍ତୁ। ତା’ପରେ ସେହି ଫଳାଫଳରୁ ୧ ଫେଡ଼ନ୍ତୁ। ଯେଉଁ ଫଳାଫଳ ମିଳିଲା ଦେଖନ୍ତୁ ସେହି ଫଳ ଯେଉଁ ଅକ୍ଷର ସିଧା ଲେଖା ଯାଇଛି ସେ ଅକ୍ଷରଟି ହେଉଛି ଆପଣଙ୍କ ନାମର ପ୍ରଥମ ଅକ୍ଷର। ଠିକ୍‌ କହିଲି ତ?

ଆପଣଙ୍କ ଜାଣିବା ସକାଶେ ଏକ ଉଦାହରଣ ଦେଇ ଜଣାଇ ଦେଉଛୁ।

ଧରାଯାଉ ଆପଣଙ୍କ ନାମ ଦୀପକ। ଆପଣଙ୍କ ନାମର ପ୍ରଥମ ଇଂରାଜି ଅକ୍ଷର ହେଉଛି D
ଚାର୍ଚରେ D ର ସଂଖ୍ୟା ଦିଆଯାଇଛି ୬୫
୫୬ରେ ୧୦ ମିଶଲେ ୬୫+୧୦= ୭୫
୭୫କୁ ୩ ଦ୍ୱାର ଭାଗ କଲେ ଭାଗଫଳ ହେବ ୭୫/୩=୨୫
ଏବେ ୨୫ର ବର୍ଗ ମୂଳ କାଢ଼ିବାକୁ ହେବ। ୨୫ର ବର୍ଗମୂଳ ହେଉଛି ୫
ଏବେ ସେହି ୫ରୁ ୧ ଫେଡ଼ନ୍ତୁ, ୫-୧=୪

ନିମ୍ନରେ ଦିଆଯାଇଥିବା ଚାର୍ଟକୁ ଦେଖନ୍ତୁ।


D ସ୍ଥାନରେ ୪ ରହିଛି। ଏବେ ଆପଣଙ୍କ ଜାଣିଲେ ତ କୌଶଳ?

(ଯଦି ବର୍ଗମୂଳ କାଢ଼ିବାରେ ସମସ୍ୟା ହେଉଛି ତେବେ ଅପଣ ପାଇଥିବା ସଂଖ୍ୟାର ବର୍ଗମୂଳ କେତେ ଗୁଗୁଲ୍‌ରେ ପକାଇ ଦେଲେ ସଙ୍ଗେ ସଙ୍ଗେ ପାଇଯିବେ)

ସମ୍ବନ୍ଧିତ ଖବର